Friday, October 24, 2025
29.2 C
Odisha

    ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆସନ୍ତା ୬ ମାସ ଯାଏଁ କପାଟ ବନ୍ଦ ରହିଛି । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ରହିଥିଲେ । ସେହିପରି ଯମୁନେତ୍ରୀ ଧାମ କପାଟ ଗତକାଲି ଅପରାହ୍ନ ୧୨.୩୦ ମିନିଟରେ ଶୀତକାଳ ପାଇଁ ବନ୍ଦ ହୋଇଥିଲା ।

    ୬ ମାସ ପାଇଁ ବାବା କେଦାରଙ୍କ ପୂଜା ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠରେ ହେବ । କପାଟ ବନ୍ଦ ହୋବ ପରେ ଭଗବାନ ଶିବ ଚଲ ଡୋଲି ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠକୁ ବାହାରିଛନ୍ତି । ଆଜି ପ୍ରଥମ ଦିନରେ ଡୋଲି ରାମପୁର ରାତିରେ ବିଶ୍ରାମ କରିବେ । ଏହାପରେ ୨୪ ଅକ୍ଟୋବରରେ ଗୁପ୍ତକାଶୀ ପହଞ୍ଚିବ । ୩ୟ ଦିନରେ ୨୫ ଅକ୍ଟୋବରରେ ଡୋଲି ଓଁକାରେଶ୍ବର ମନ୍ଦିରରେ ପହଞ୍ଚିବ । ଏଠାରେ ବାବାଙ୍କ ପୂଜା ୬ ମାସ ଯାଏଁ ହେବ । ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

    ଚଳିତବର୍ଷ କେଦାରନାଥ ଯାତ୍ରା ପ୍ରାକ୍ତିକ ବିପର୍ଯ୍ୟୟ ପାଇଁ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଲଗାତାର ଖରାପ ପାଣିପାଗ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଚଳିତବର୍ଷ କେଦାରନାଥ ଦର୍ଶନ ପାଇଁ ୧୬.୫୬ ଲକ୍ଷ ଶ୍ରଦ୍ଧାଳୁ ଆସିଥିଲେ । ସେହିପରି ବଦ୍ରିନାଥରେ ୧୪.୫୩ ଲକ୍ଷରୁ ଅଧିକ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    61 %
    1.8kmh
    23 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    24 °

    ସମ୍ବନ୍ଧିତ