Monday, March 16, 2026
24.3 C
Odisha

    ଶୀତକୁ ଉଡ଼ାଇ ନେଲା ବାତ୍ୟା ଦାନା

    ଆଗକୁ ପଢନ୍ତୁ

    ରାଜ୍ୟରେ ଶୀତ ଯେବେ ସୁଦ୍ଧା ଆସିବା କଥା ତାହା ଆସିଲା ନାହିଁ। ଆଗରୁ ନଭେମ୍ବର ସୁଦ୍ଧା ରାଜ୍ୟରେ ଶୀତର ପ୍ରକୋପ ଦେଖାଯାଉଥିଲା। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆଉ ଏହାର ମୁଖ୍ୟ କାରଣ ଗତ ମାସରେ ଆସିଥିବା ବାତ୍ୟା ‘ଦାନା’ ବୋଲି ପାଣିପାଗ ବିଭାଗ କହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୀତକୁ ଉଡାଇ ନେଇଛି ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲି ହୋଇଯାଇଛି ଶୀତ। ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ