Thursday, October 15, 2026
23.2 C
Odisha

    ପଞ୍ଚୁକ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା : ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ

    ଆଗକୁ ପଢନ୍ତୁ

    ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଏଥର ପଞ୍ଚୁକ ୪ ଦିନ ପଡିଛି। ତେବେ ପଞ୍ଚୁକ ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ହେବ। ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଞ୍ଚୁକ ବେଶ ଦର୍ଶନ କରି ହବିଷ୍ୟାଳୀ ଓ ସାଧାରଣ ଭକ୍ତ କାର୍ତ୍ତିକ ମାସକୁ ବିଦାୟ ଦେବେ। ବିଶ୍ୱାସ ରହିଛି ମାସ ସାରା ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ ପଞ୍ଚୁକ ବ୍ରତ ରଖିଲେ ଅଧିକ ପୁଣ୍ୟ ମିଳିଥାଏ। ତେଣୁ ବଡ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ୪ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ହବିଷ୍ୟାଳୀ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପୁଲିସ ପ୍ରାଥମିକତା ଦେଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ପଞ୍ଚୁକ ପାଇଁ ପୁରୀ ପୁଲିସର ପ୍ରସ୍ତୁତି ସମ୍ପର୍କରେ ଏସ୍‌ପି ବିନୀତ୍‌ ଅଗ୍ରୱାଲ କହିଛନ୍ତି, ପଞ୍ଚୁକ ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ହବିଷ୍ୟାଳୀ ମା’ ଏବଂ ଅନ୍ୟ ଭକ୍ତମାନେ ଯେପରି ବାଧାମୁକ୍ତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ପଞ୍ଚୁକ ପାଇଁ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏତଦ୍‌ବ୍ୟତୀତ ୫ଜଣ ଅତିରିକ୍ତ ଏସ୍‌ପି, ୧୪ ଜଣ ଡିଏସ୍‌ପି, ୨୬ ଇନ୍ସପେକ୍ଟର ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ