Monday, March 30, 2026
25.4 C
Odisha

    ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ରାଜଧାନୀକୁ ଫେରିଛି ପଥୋତ୍ସବ। ବର୍ଷର ପ୍ରଥମ ରବିବାରରେ ପଥୋସ୍ତବର ମଜା ନେଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଜନପଥରେ ଯୋଗ, ଜୁମ୍ବା, ରଙ୍ଗୋଲି, କିଡ୍ସ କିଙ୍ଗଡମ୍, ସ୍କେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିଛନ୍ତି ଦର୍ଶକ । ଖାଲି ସେତିକି ନୁହେଁ ଦର୍ଶକଙ୍କ ମଧ୍ୟରେ ଥିବା ଲକ୍କାୟିତ ପ୍ରତିଭାର ଭୁବନେଶ୍ୱର ଗଡ ଟ୍ୟାଲେଣ୍ଟ ମଞ୍ଚ ପ୍ରଦର୍ଶନ କରିଛନ୍ତି ।

    ପଥୋତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର ଭୁବନେଶ୍ବର ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଉପସ୍ଥିତ ଥିଲେ। ଶୀତରେ ଉଷ୍ମତା ଭରିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କମେଡିରେ ହସି ହସି ବେଦମ କଲେ ପପୁ ପମପମ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ