Tuesday, November 18, 2025
13.2 C
Odisha

    ଶୃଗାଳ ଖେଳାଇଲା ଆତଙ୍କ, ଦୁଇ ଦିନରେ ୧୮ ଜଣଙ୍କୁ କରିଥିଲା ଆକ୍ରମଣ

    ଆଗକୁ ପଢନ୍ତୁ

    କରଞ୍ଜିଆ : ହେଟା ବାଘ ନୁହେଁ ଶୃଗାଳ । ଦୁର୍ଘଟଣା ପରେ ଜଣାପଡିଲା ହେଟା ବାଘ ନୁହେଁ ଶୃଗାଳ ଖେଳାଇଥିଲା ଆତଙ୍କ । ଗତ ଦୁଇ ଦିନ ହେଲା ମୟୂରଭଂଜ ଜିଲ୍ଲା କରଞ୍ଜିଆ ଦୁଧିଆଣି ରେଂଜ ଅଞ୍ଚଳର ୫ଟି ଗାଁରେ ହେଟାବାଘ ଆତଙ୍କ ଦେଖାଦେଇଥିଲା । ଭୟରେ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡିଯାଉଥିଲା । ଦୁଇ ଦିନରେ ୧୮ ଜଣଙ୍କୁ ଆକ୍ରମଣ କରିଥିଲା । ଗତକାଲି ସନ୍ଧ୍ୟାରେ କାଠକରଞ୍ଜିଆ ଗାଁରେ ଏକ ଜଣା ଗାଡ଼ି ଧକ୍କାରେ ଶୃଗାଳର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଜଣାପଡିଥିଲା ସତ । ଆଜି ବ୍ୟବଛେଦ ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ବନବିଭାଗ ସୂଚନା ଦେଇଛି ।

    ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟା ବାଘ ଆତଙ୍କ ଖେଳାଇଥିଲା । ମଙ୍ଗଳବାର ସକାଳୁ ସକାଳୁ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା । ହେଟା ବାଘ ଆକ୍ରମଣରେ ଜଣେ ଯୁବକ ଓ ଜଣେ ମହିଳା ଆହତ ହୋଇଥିଲେ । ଦୁଇ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗାଁରେ ମାଇକ୍ ଯୋଗେ ସଚେତନ କରିବା ସହ ରକ୍ଷକ ଗାଡି ଦ୍ୱାରା ବନ ବିଭାଗର ପାଟ୍ରୋଲିଂ ଜାରି ରଖିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    68 %
    0.9kmh
    5 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    29 °

    ସମ୍ବନ୍ଧିତ