Thursday, December 25, 2025
27.2 C
Odisha

    ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୦ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ୭ ବିଭାଗର ୧୦ ପ୍ରସ୍ତାବକୁ ମିଳିଛି ଅନୁମୋଦନ । କ୍ୟାବିନେଟ ବୈଠକ ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବରପୁତ୍ର ଐତିହ୍ୟ ଗାଁ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିବା ବେଳେ ରାଜ୍ୟର ୫ଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ପରିଣତ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ସିଟ୍ ସଂଖ୍ୟା ୨ ଗୁଣା ବୃଦ୍ଧି କରାଯାଇ ୬ ହଜାର କରାଯିବ ।

    ସେହିପରି ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ସଂରକ୍ଷଣ ବ୍ୟବସ୍ଥା ବଦଳିଛି । ବିଭାଗୱାରୀ ସଂରକ୍ଷଣ ପରିବର୍ତ୍ତେ ସାମଗ୍ରୀକ ସଂରକ୍ଷଣ ଲାଗୁହେବାକୁ ନିଷ୍ପତ୍ତି । ସେପଟେ ବିଦ୍ୟୁତ୍ ଉପଭୋକ୍ତା ପାଇଁ ଖୁସି ଖବର ଆଣିଛି କ୍ୟାବିନେଟ୍ ନିଷ୍ପତ୍ତି । ସ୍ମାର୍ଟ୍ ମିଟର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏକ ବର୍ଷ ପାଇଁ ଦେୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ୭୩୫କୋଟି ଟଙ୍କାର ବ୍ୟୟବରାଦ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସେହିପରି ଜଳସେଚନ ବ୍ୟବସ୍ଥାକୁ ଫୋକସରେ ରଖାଯାଇଛି । ପାର୍ବତି ଗିରି ବୃହତ ଉଠା ଜଳସେଚନ ଯୋଜନା ହୋଇଛି । ଏହାଦ୍ବାରା ୧୦୭୫୯କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ୨୬୩୮୦୧ହେକ୍ଟର ଜମିକୁ ଜଳ ଯୋଗାଣ ପାଇଁ ସ୍ଥିର ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    23 %
    2.7kmh
    2 %
    Thu
    24 °
    Fri
    27 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ