Sunday, March 22, 2026
21.2 C
Odisha

    ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଓଡ଼ିଶାରେ ନାରୀଶିକ୍ଷାର ବିକାଶ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଶୈଳବାଳା ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

    ଶିକ୍ଷାର ବିକାଶ ନିମନ୍ତେ ଓ ବିଶେଷ ଭାବରେ ଆମ ଛାତ୍ରୀ ଯେପରି ଗୁଣାତ୍ମକ ଶିକ୍ଷା ଲାଭ କରି ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିପାରିବେ, ସେଥିନିମନ୍ତେ ଶୈଳବାଳା ଦାସ ନିଜ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନିଜ ବାସଭବନ ମଧୁମନ୍ଦିରକୁ ମହିଳା ମହାବିଦ୍ୟାଳୟର ପରିଚାଳନା ପାଇଁ ଦାନ କରିଥିଲେ। ମଧୁବାବୁଙ୍କ ଅବଦାନ ଓ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ ଯୁବପିଢ଼ିଙ୍କୁ ନିଶ୍ଚିତ ଭାବରେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରେରିତ କରିବ ବୋଲି ଆଶା କରୁଥିବା ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ