Thursday, October 9, 2025
22.9 C
Odisha

    ଶୋଇଥିବା ସ୍ବାମୀ ଉପରେ ଗରମ ତେଲ ଢାଳିଲା ସ୍ତ୍ରୀ

    ଆଗକୁ ପଢନ୍ତୁ

    ଦିଲ୍ଲୀ : ଦିଲ୍ଲୀର ମଦନଗିରିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୮ ବର୍ଷୀୟ ସ୍ବାମୀ ନିଜ ସ୍ତ୍ରୀ ଉପରେ କରିଛନ୍ତି ଅଭିଯୋଗ । ତାହା ହେଉଛି ଶୋଇଥିବା ସମୟରେ ସ୍ତ୍ରୀ ଫୁଟୁଥିବା ଗରମ ତେଲକୁ ତାଙ୍କ ଉପରେ ଢାଳିବା ସହ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ । ଏହା ସହ ତାଙ୍କ ସ୍ତ୍ରୀ ଧମକ ଦେଇଥିଲେ ଯଦି ସ୍ବାମୀ ପାଟି କରନ୍ତି ତାହେଲେ ତାଙ୍କ ଉପରେ ଆହୁରି ଗରମ ଫୁଟୁଥିବା ତେଲକୁ ଢାଳିଦେବେ ବୋଲି କହିଛନ୍ତି ସ୍ବାମୀ । ଏହି ଘଟଣା ଘଟିବା ପରେ ପୀଡିତ ସ୍ବାମୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

    ପୀଡିତ ଦିନେଶ କୁମାର ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି । ପ୍ରଥମେ ତାଙ୍କୁ ଏକ ଘରୋଇ ହଲ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଉ ଏକ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାଟି ଅକ୍ଚୋବର ୨ ତାରିଖ ୩-୧୫ ସମୟରେ ଘଟିଥିଲା । ସେହି ସମୟରେ ଦିନେଶ କୁମାର ନିଜ ୪ ବର୍ଷର ଝିଅ ସହ ଶୋଇଥିଲେ ।

    ଆସନ୍ତୁ ନଜର ପକାଇବା ପୁରା ଘଟଣା ଉପରେ । ଡେପୁଟି କମିଶନର ଅଫ୍ ପୋଲିସ ଅଙ୍କିତ ଚୌହାନ କହିଛନ୍ତି ଦିନେଶ କୁମାରଙ୍କ ହଠାତ ପୋଡିବା ଆରମ୍ଭ ହୋଇଥିଲା । ଏହାପରେ ସେ ଦେଖିଥିଲେ ତାଙ୍କ ସ୍ତ୍ରୀ ତାଙ୍କ ଉପରକୁ ଫୁଟୁଥିବା ତେଲ ଢାଳୁଛନ୍ତି । ଏହାପରେ ସ୍ତ୍ରୀ ତାଙ୍କ ଉପରକୁ ଶରୀର ଓ ମୁହଁ ଉପରେ ଲଙ୍କା ପାଉଡର ପକାଇ ଦେଇଥିଲା । ଯଦି ସେ ପାଟି କରନ୍ତି ତାହାହେଲେ ତାଙ୍କ ଉପରକୁ ଆହୁରୀ ଗରମ ତେଲ ଢାଳିଦେବେ ବୋଲି ଧମକ ଦେଇଥିଲେ ।

    କିନ୍ତୁ ଯନ୍ତ୍ରଣାରେ ଦିନେଶ ନିଜ ଚିତ୍କାରକୁ ଅଟକାଇ ପାରିନଥିଲେ । ତାଙ୍କ ଚିତ୍କାର ଶୁଣି ଘର ମାଲିକ କିଛି ଅଘଟଣ ହୋଇପାରେ ଭାବି ଧାଇଁ ଆସିଥିଲେ । ଏହାପରେ ଦିନେଶଙ୍କ ଶଳାଙ୍କୁ ଡାକିଥିଲେ । ରାମ ସାଗରଙ୍କୁ ଡାକିଥିଲେ । ଏହାପରେ ଘର ମାଲିକଙ୍କ ଝିଅ ଅଞ୍ଜଳି କହିଥିଲା ଯେତେବେଳେ ତାଙ୍କ ବାପା ଉପରକୁ ଯାଇଥିଲେ ସେହି ସମୟରେ ଘରର ବାଟ ଭିତରୁ ବନ୍ଦ ଥିଲା ।
    ଦିନେଶଙ୍କ ସ୍ତ୍ରୀ ଭିତରୁ ପାଟି ବନ୍ଦ କରି ଦେଇଥିଲେ । ସେ କବାଟ ଖୋଲିବାକୁ କହିଥିଲେ । ଯେତେବେଳେ କବାଟ ଖୋଲା ହୋଇଥିଲା ସେହି ସମୟରେ ଦିନେଶ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଭିତରେ ଦିନେଶଙ୍କ ସ୍ତ୍ରୀ ଘର ଭିତରେ ଲୁଚି ରହିଥିଲେ ।

    ଏହାପରେ ଅଞ୍ଜଳୀ କହିଥିଲେ ଯେତେବେଳେ ତାଙ୍କ ବାପା ହସ୍ତକ୍ଷେପ କରିବାକୁ ଚାହୁଁଥିଲେ ସେହି ସମୟରେ ଦିନେଶଙ୍କ ସ୍ତ୍ରୀ କହିଥିଲେ ସେ ତାଙ୍କୁ ହସ୍ପିଟାଲ ନେଇଯାଉଛନ୍ତି । କିନ୍ତୁ ସେ ଯେତେବେଳେ ଦିନେଶଙ୍କ ସହ ବାହାରକୁ ବାହାରିଲେ ସେହି ସମୟରେ ସେ ହସ୍ପିଟାଲ ଯିବା ପରିବର୍ତ୍ତେ ଆଉ ଏକ ଅଲଗା ରାସ୍ତାକୁ ବାହାରିଲେ ଯାହାକି ତାଙ୍କୁ ସନ୍ଦେହ ସୃଷ୍ଟି କଲା ।

    ଘର ମାଲିକ ତାଙ୍କୁ ଅଟକାଇଥିଲେ । ଗୋଟିଏ ଅଟୋର ବ୍ୟବସ୍ଥା କଲେ । ଏହାପରେ ସେ ଦିନେଶଙ୍କୁ ଏକୁଟିଆ ଅଟୋରେ ନେଇ ଗଲେ । ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ଏପରି ଘଟଣା ବହୁତ ଦିନରୁ ହେଉଥିଲା ବୋଲି ପୋଲିସ ସନ୍ଦେହ କରିଛି । ଯାହାକି କୈଣସି ପାରିବାରିକ ଘଟଣାକୁ ନେଇ ହୋଇପାରେ । ସେମାନଙ୍କ ବିବାହକୁ ୮ ବର୍ଷ ହୋଇଯାଇଛି । କିନ୍ତୁ ସେମାନଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା ବୋଲି କହିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    92 %
    1.3kmh
    72 %
    Thu
    23 °
    Fri
    29 °
    Sat
    29 °
    Sun
    29 °
    Mon
    29 °

    ସମ୍ବନ୍ଧିତ