ବଲାଙ୍ଗିର : ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା । ବଲାଙ୍ଗିର ତୁଳସୀନଗର ରେ ଅଭାବନୀୟ ଘଟଣା l ପାରିବାରିକ ଗଣ୍ଡଗୋଳ ରେ ଚାଲିଗଲା ଜ୍ୱାଇଁଙ୍କ ଜୀଵନ l ପିଟି ପିଟି ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ତୁଳସୀ ନଗରର ଯଦୁ । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି l ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଜଣା ପଡ଼ିନାହିଁ ।

