Thursday, September 19, 2024
23 C
Odisha

    ଶ୍ବଶୁର ଘରେ ଜ୍ୱାଇଁର ଜଘନ୍ୟ କାଣ୍ଡ: ଛୁରୀରେ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

    ଆଗକୁ ପଢନ୍ତୁ

    ଶ୍ବଶୁର ଘରେ ଜ୍ୱାଇଁର ଜଘନ୍ୟ କାଣ୍ଡ । ଛୁରୀରେ ନିଜ ସ୍ତ୍ରୀର ତଣ୍ଟି କାଟିଲା ନୃଶଂସ ସ୍ବାମୀ । ସ୍ତ୍ରୀର ତଣ୍ଟି କାଟି ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ । ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପରକୀୟା ପ୍ରୀତି ସନ୍ଦେହରୁ ସ୍ୱାମୀ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି ।
    ୫ ବର୍ଷ ପୂର୍ବରୁ ବିରଞ୍ଚି ଓ ପ୍ରଭାତୀଙ୍କର ବିବାହ ହୋଇଥିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ୩ ମାସ ହେବ ବାପ ଘର କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ରହୁଥିଲେ ସ୍ତ୍ରୀ ପ୍ରଭାତୀ ନାୟକ । ହେଲେ ଆଜି ହଠାତ୍‌ ଶ୍ୱଶୁର ଘରେ ପହଁଚି ଯାଇଥିଲେ ସ୍ୱାମୀ ବିରଞ୍ଚି । ପୂର୍ବରୁ ଯୋଜନା କରି ଆସିଥିବା ବିରଞ୍ଚି ରାଗରେ ରକ୍ତମୁଖା ହୋଇପଡିଥିଲା । ଶ୍ୱଶୁର ଘରେ ପହଁଚି ସ୍ତ୍ରୀ ପ୍ରଭାତିକୁ ଦେଖି କାଳ ବିଳମ୍ବ ନକରି ସାଥିରେ ଆଣିଥିବା ଏକ ଛୁରିରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ସ୍ୱାମୀର ଅତର୍କିତ ଆକ୍ରମଣରେ ଗୁରୁତର ହୋଇପଡିଥିଲେ ପ୍ରଭାତୀ । ଗୁରୁତର ଅବସ୍ଥାରେ ପ୍ରଭାତୀଙ୍କୁ ପ୍ରଥମେ କପ୍ତିପଦା ଓ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ବିଷୟରେ ଖବର ପାଇ କପ୍ତିପଦା ପୋଲିସ ତଦନ୍ତ ଜାରି ରଖିଛି । ତେବେ ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ ବିରଞ୍ଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ