Saturday, February 21, 2026
22.1 C
Odisha

    ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

    ଆଗକୁ ପଢନ୍ତୁ

    କେନ୍ଦୁଝର : ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗାଁରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର ଷଡ଼ଙ୍ଗୀ । ପଡୋଶୀ ଲୋକଙ୍କ ସହାୟତାରେ ପରିବାର ଲୋକଙ୍କୁ ଉଦ୍ଧାର କରାଯିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ପାରିବାରିକ କଳହକୁ ନେଇ ଅଙ୍କୁର ଏପରି କରିଥିବା ଜଣାପଡ଼ିଛି । ଅଙ୍କୁର ମଙ୍ଗଳପୁର ବାସିନ୍ଦା ଶିବ ନାଏକଙ୍କ ଝିଅକୁ ବିବାହ କରିବା ପରେ ତାଙ୍କ ଘରେ ଘର ଜ୍ୱାଇଁ ହୋଇ ରହୁଥିଲେ । ତାଙ୍କର ଅଢେଇ ବର୍ଷର ନାତୁଣୀ ମଧ୍ୟ ଅଛି । ତେବେ ଏହି ଘଟଣା ଏବେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ