Sunday, November 1, 2026
28.1 C
Odisha

    ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମିଳିପାରେ ୫ କିଲୋ ଅଧିକ ଚାଉଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣି ସରକାର ପରିମାଣରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି ।

    ଏହା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “୫କିଲୋ ଜାଗାରେ ଅଧିକ ୫କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ସରକାର । ରାସନ କାର୍ଡରେ ଥିବା ପ୍ରାୟ ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କ ସରକାର ୧୦କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତ୍ତି ନେବେ । ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏହି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ଯୋଗାଣ ବିଭାଗ । ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ ପଠାଯିବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.1 ° C
    28.1 °
    28.1 °
    73 %
    1.6kmh
    67 %
    Sun
    27 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ