Monday, March 30, 2026
26.9 C
Odisha

    ଶ୍ରଦ୍ଧା ୱାକରଙ୍କ ଅନ୍ତିମ ସଂସ୍କାର ପାଇଁ ଆଜି ବି ଅପେକ୍ଷାରେ ଅଛନ୍ତି ବାପା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ପା୍ଖାପାଖି ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ। ଦିଲ୍ଲୀର ପୁଲିସ ଷ୍ଟେସନ ଗୋଦାମରେ ଏକ ଛୋଟ ବାକ୍ସ ଟିଏ ରଖାଯାଇଛି। ଏହି ବାକ୍ସ ଭିତରେ ଅଛନ୍ତି ଶ୍ରଦ୍ଧା ୱାକର। ଶ୍ରଦ୍ଧା ଆଜି ବି ନିଜର ଅନ୍ତିମ ସଂସ୍କାର ଅପେକ୍ଷାରେ ଅଛନ୍ତି।

    ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ପ୍ରେମିକ ଅଫତାବ ଅମିନ ପୁନାୱାଲା ମୃତଦେହକୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ସେ ଗୁଗୁଲରେ ଅନେକ ସର୍ଚ୍ଚ କରିଥିଲା ଏବଂ ଫ୍ରିଜ୍ କିଣିଥିଲା ଏବଂ ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ଶ୍ରଦ୍ଧାଙ୍କୁ ୩୫ଖଣ୍ଡ କରି କାଟିବା ପରେ ମୃତଦେହକୁ ଠିକଣା ଲଗାଇବା ପାଇଁ ଯୋଜନା କରିଥିଲା।

    ଏହି ମାମଲାକୁ ୨ବର୍ଷ ବିତିଗଲାଣି। କିନ୍ତୁ ଏବେ ବି ଏହି ମାମଲା ପ୍ରତିଦିନ ଶୁଣାଣି ଅପେକ୍ଷାରେ ରହିଛି। କୁହାଯାଉଛି କି ଏହି ମାମଲାର ଅନେକ ଯାଞ୍ଚ ଅଧାରେ ରହିଛି। ତେଣୁ ଶୁଣାଣି ପାଇଁ ବିଳମ୍ବ ହେଉଛି।

    ବାପା ବିକାଶ ୱାକର ନଭେମ୍ବର ୨୦୨୨ରେ ଖବର ପାଇଥିଲେ କି ତାଙ୍କ ଝିଅ ଶ୍ରଦ୍ଧା ଆଉ ଏଦୁନିଆରେ ନାହିଁ। ଶ୍ରଦ୍ଧା ଲିଭଇନରେ ଯେଉଁ ଯୁବକଙ୍କ ସହିତ ରହୁଥିଲେ ସେ ଝିଅର ହତ୍ୟା କରିଛି।

    ପାଖାପାଖି ୨ବର୍ଷରୁ ଅଧିକ ହେବ ପୁଲିସ ଷ୍ଟେସନ ଗୋଦାମରେ ବାକ୍ସ ଭିତରେ ଶ୍ରଦ୍ଧାଙ୍କ ଅସ୍ଥି ଅଛି। ଏହି ଅସ୍ଥିକୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ବାପାଙ୍କୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ