Thursday, September 19, 2024
25.2 C
Odisha

    ଶ୍ରାବଣମାସରେ କିଣନ୍ତୁ ଏହି ଜିନିଷ : ଚମକିବ ଭାଗ୍ୟ

    ଆଗକୁ ପଢନ୍ତୁ

    ଏବେ ମହାଦେବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଚାଲିଛି ଏବଂ ଏହା ଗୋଟିଏ ପବିତ୍ର ମାସ ଅଟେ l ମାନ୍ୟତା ରହିଛି ଯେ ଏହି ମାସରେ ମହାଦେବଙ୍କ କିଛିଟା ପ୍ରିୟ ବସ୍ତୁ ଯଦି କିଣା ଯାଇଥାଏ ତେବେ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l

    ଏହି ମାସରେ ମହାଦେବଙ୍କ ପ୍ରିୟ ରୁଦ୍ରାକ୍ଷ କିଣି ଘରକୁ ଆଣି ଶୁଭ ଅଟେ, ଏବଂ ଏହାକୁ ମହାଦେବ ଙ୍କ ନିକଟରେ ରଖି ନିୟମିତ ଚନ୍ଦନ ଓ ବେଲପତ୍ର ଦେବା ଶୁଭ ହୋଇଥାଏ l

    ଶ୍ରାବଣ ମାସରେ ଗୋଟିଏ ଡମ୍ବରୁ କିଣି କୌଣସି ଛୋଟପିଲାଙ୍କ ଉପହାର ଭାବରେ ଦେବା ଦ୍ୱାରା ଭାଗ୍ୟରେ ପରିବର୍ତନ ଆସିଥାଏ l

    ତମ୍ବାର କଳସ କିଣି ଶ୍ରାବଣ ମାସରେ କୌଣସି ଶିବ ମନ୍ଦିରରେ  ମହାଦେବ ଙ୍କୁ ଅର୍ପଣ କରନ୍ତୁ , ଏହାଦ୍ୱାରା ଭାଗ୍ୟରେ ପରିବର୍ତନ ଆସିଥାଏ l

    ରୁପାର ବେଲପତ୍ର ଟିଏ କିଣି ଏହି ମାସରେ ଘରକୁ ଆଣନ୍ତୁ ଏବଂ ତାହାକୁ ସଂକଳ୍ପ କରି ମହାଦେବ ଙ୍କ ନିକଟରେ ରଖି ଦିଅନ୍ତୁ l

    ରୂପାରେ ତିଆରି ହୋଇଥିବା ଗୋଟିଏ ନନ୍ଦୀ କିଣନ୍ତୁ, ଏହା ଆର୍ଥିକ ଅସୁବିଧାରୁ ମୁକ୍ତି ଦେବ l

    ଶ୍ରାବଣ ମାସରେ ଯଦି ରୁପା ଚନ୍ଦ୍ର ସହିତ ମୋତି ଥିବ କିଣିବେ ତେବେ ଏହାଦ୍ୱାରା ଆପଣଙ୍କର ସମସ୍ତ ଗ୍ରହ ଶାନ୍ତ ହେବେ ଏବଂ ଆପଣଙ୍କ ମନୋବଳ ବଢିବ l

    ଏହି ମାସର ଯେକୌଣସି ଦିନ ଆପଣ ଗୋଟିଏ ରୁପା କଡା କିଣି ତାହାକୁ ମହାଦେବଙ୍କ ନିକଟରେ ଚୁଆଇଁ ନିଜ ଦକ୍ଷିଣ ହସ୍ତ ରେ ଧାରଣ କରନ୍ତୁ , ଯାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ l

    ଭସ୍ମ ମହାଦେବ ଙ୍କର ଖୁବ ପ୍ରିୟ ଅଟେ, ଏହି ମାସରେ କିଛି ଭସ୍ମ କିଣି ତାହାକୁ ମହାଦେବ ଙ୍କ ନିକଟରେ ଗୋଟିଏ ରୁପା ଡବାରେ ପୁରାଇ ରଖନ୍ତୁ l ଘରର ସମସ୍ତ ଅସୁବିଧା ଦୂର ହୋଇଯିବ l

    ତ୍ରିଶୂଳ ଏହି ମାସରେ କିଣି ନିଜ ଘରେ ମହାଦେବଙ୍କୁ ଅର୍ପଣ କରନ୍ତୁ, ଏହାଦ୍ୱାରା ମହାଦେବଙ୍କ କୃପା ମିଳିବ ଏବଂ ସମସ୍ତ ଖରାପ ପରିସ୍ଥିତି ରୁ ମଧ୍ୟ ଦୁରେଇ ରହିବେ l

    ଶ୍ରାବଣ ମାସରେ ଗୋଟିଏ ଯୋଡ଼ା ନାଗ ରୁପାର କିଣି ମନ୍ଦିର ରେ ଦାନ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ