Friday, February 20, 2026
33.7 C
Odisha

    ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀକୁ ବିରୋଧ, ରାଧାରାଣୀଙ୍କ ଅଭିଶାପ ନେଇ ଭୁଲ ଅବତାରଣା

    ଆଗକୁ ପଢନ୍ତୁ

    ପୁରୀ: ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ବିବାଦ ।  ବଭିନ୍ନ ମହଲରେ ଅସନ୍ତୋଷ ଏବଂ ବିରୋଧ ।  ଶ୍ରୀମନ୍ଦିର ପ୍ରସଙ୍ଗରେ ଶୁଭଙ୍କର ସୋସିଆଲ ମିଡିଆରେ ଟିପ୍ପଣୀ ଦେଇଛନ୍ତି ।  ଶୁଭଙ୍କର କହିଛନ୍ତି, ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ, ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ ।  ସେମାନେ କେବେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ରହିଛି ।

    ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ ।  ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ଥିବା କହିଥିଲେ ।  ଏକଥା ଶୁଣି ମା’ ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ ।  ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    15 %
    2.6kmh
    2 %
    Fri
    34 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ