Wednesday, April 8, 2026
23.9 C
Odisha

    ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମଝିରେ ମଝିରେ ଯଦି କୌଣସି ଦୁର୍ବୃତ୍ତ ଶ୍ରୀମନ୍ଦିର ସିକ୍ୟୁରିଟି ଉପରେ ଆକ୍ରମଣ କରିବାକୁ ବା ବ୍ୟାଘାତ କରିବାକୁ ଚେଷ୍ଟା କରିବେ, ତେବେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଶ୍ରୀ ମନ୍ଦିର ଉପରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା। ନୋ ଫ୍ଲାଇଙ୍ଗ ଜୋନ୍‌ରେ କିଏ ଓ କଣ ପାଇଁ ଉଡ଼ାଇଛି ଡ୍ରୋନ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁର ଆକ୍ରମଣ ରୋକିବାକୁ ପୁଲିସ ଓ ପ୍ରଶାସନ ତତ୍ପର ହେଉଥିବାବେଳେ ପୁଣି କଣ ପାଇଁ ଡ୍ରୋନ ଉଡ଼ାଗଲା ତାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

    ପୂର୍ବରୁ ୨୦୧୪, ୨୦୧୭, ୨୦୧୯, ୨୦୨୨, ୨୦୨୪ ମସିହାରେ ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିବା ସେତେବେଳେ ବିଭିନ୍ନ ଗୁଇନ୍ଦା ବିଭାଗ ସଂସ୍ଥା ଓ ଏଏନଆଇ ପକ୍ଷରୁ ଏଭଳି ଚିତ୍ର ଉତ୍ତୋଳନ ନେଇ ନାନା ଟିପ୍ପଣୀ ପ୍ରଦାନ କରାଯାଇଥିଲା। ସଦାସର୍ବଦା ଆତଙ୍କବାଦୀ ଟାର୍ଗେଟରେ ରହିଥିବା ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡ଼ିଲା ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ