Wednesday, October 14, 2026
26.2 C
Odisha

    ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ଼ ବିଶ୍ବାସ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୫ ଉଦଯାପନି ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ସେ ‘ଜମିକୁ ଜଳ, ଚାଷୀଙ୍କୁ ବଳ’, ତେଣୁ ରାଜ୍ୟରେ ଜଳସେଚନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ଯରେ ଜଳସମ୍ପଦର ବିକାଶ ପାଇଁ ଚଳିତ ବଜେଟରେ ମୋଟ ୧୩ ହଜାର ୨୨୩ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୨୫%ରୁ ଅଧିକ। ରାଜ୍ଯରେ ନୂତନ ଜଳସେଚନ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନାଲ ପୁନଃରୁଦ୍ଧାର, ପୁରାତନ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ ସହ ଅନେକ ପାଣି ପଞ୍ଚାୟତ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ତ୍ଵରିତ ପଦକ୍ଷେପ ନିଆଯାଉଛି। ଏହା ହିଁ ହେଉଛି ରାଜ୍ଯର ଚାଷୀଙ୍କ ପାଇଁ ଆମ ସରକାରର ପ୍ରତିବଦ୍ଧତା।

    ଆଗାମୀ ୫ ବର୍ଷରେ ରାଜ୍ୟର ଜଳସେଚନ ସୁବିଧାକୁ ବ୍ୟାପକ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ଚାଷୀଙ୍କ ସଶକ୍ତୀକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ କୃଷି ବିଭାଗ ଏବଂ ଜଳ ସମ୍ପଦ ବିଭାଗ ମିଳିତ ସହଯୋଗ କରିବା ପାଇଁ ମୋର ପରାମର୍ଶ। ଏଥିପାଇଁ ଆବଶ୍ୟକୀୟ ସମସ୍ତ ସହଯୋଗ ସରକାର ଯୋଗାଇଦେବେ। ଜଳସମ୍ପଦର ସୁବିନିଯୋଗ ଏବଂ ସୁପରିଚାଳନା ଦ୍ଵାରା ହିଁ ଚାଷ କାମ ଆଗକୁ ଯିବ, କୃଷକ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ  ଏବଂ ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ ବିଶ୍ବାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ