Wednesday, April 8, 2026
23.9 C
Odisha

    ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟ ପ୍ରଶାସକ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍‌ ଘଟଣାରେ ଜଣେ ସେବାୟତ ରବିବାର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସେବାୟତ ‌ହେଲେ ବିଶ୍ବନାଥ ଖୁଣ୍ଟିଆ। ତାଙ୍କୁ ପ୍ରଶାସନ ନିଲମ୍ବନ କରିଛି। ନିଲମ୍ବନ ସମୟରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିରର କୌଣସି କାର୍ଯ୍ୟରେ ସଂପୃକ୍ତି ରଖିପାରିବେ ନାହିଁ। ସୂଚନା ଅନୁସାରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ଯ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ୍ ୨୧ (କ) ଧାରା ଅନୁସାରେ ମୁଖ ପଖାଳ ସେବକ ବିଶ୍ବନାଥ ଖୁଣ୍ଟିଆଙ୍କୁ ଆଗାମୀ ୩ ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି।  ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ କୈଫିୟତ ତଲବ ହୋଇଥିଲା। ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ପ୍ରଦାନ କରିଛନ୍ତିl ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ।

    ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏନେଇ ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ