Saturday, August 22, 2026
25.5 C
Odisha

    ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଶିକ୍ଷଣ, ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ପାଇଁ ତାଲିମ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ସେବାୟତମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ସେବାୟତମାନେ ଶ୍ରଦ୍ଧାଳୁ ତଥା ଆଗନ୍ତୁକମାନଙ୍କୁ କିଳଭି ଉତ୍ତମ ଆଚରଣ ଏବଂ ବ୍ୟବହାର ପ୍ରଦର୍ଶନ କରିବେ ତାହା ସେବାୟତଙ୍କ ପ୍ରଶିକ୍ଷଣରେ ସାମିଲ କରାଯାଇଛି।

    ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ଆଜିଠାରୁ ଦୁଇଦିନିଆ ସେବକ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ନୀଳାଦ୍ରି ଭକ୍ତନିବାସ ଠାରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ଏଭଳି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିବାରୁ ସେବାୟତମାନଙ୍କୁ ମୁଖ୍ୟ ପ୍ରଶାସକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ଉତ୍ତମ ସେବକଙ୍କ ଲକ୍ଷଣ ଭାବେ ଦଶଟି ବିନ୍ଦୁ ଉପରେ ଗୁରୁତ୍ବାରୋପ କରିଥିଲେ। ସେଗୁଡିକ ହେଲା- ସମର୍ପଣ, ପବିତ୍ରତା, ଶୃଙ୍ଖଳା, ଜ୍ଞାନ, ଉତ୍ତରଦାୟିତ୍ଵ, ଦଳଗତ ମନୋଭାବ, ଅନ୍ୟଙ୍କୁ ସମ୍ମାନ, ନିସ୍ବାର୍ଥପରତା, ଧୈର୍ଯ୍ଯ ଏବଂ କୃତଜ୍ଞତା ବୋଳି ମୁଖ୍ୟ ପ୍ରକାଶକ ପ୍ରକାଶ କରିଥିଲେ ।ଏହି ପ୍ରଶିକ୍ଷଣ ତଥା ଆଲୋଚନାଚକ୍ର ପ୍ରତ୍ୟହ ଅପରାହ୍ନ ୪ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ଯାଏଁ ଚାଲିବ। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା ତଥା ଭାବବିନିମୟ ହେବ ।
    ପ୍ରଥମ ଦିନର ବିଷୟ ରହିଛି :-
    ୧. ଉତ୍ତମ ସେବକର ଲକ୍ଷଣ
    ୨. ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି
    ୩. ସେବା ଓ ସେବକ ସେହିପରି ଦ୍ବିତୀୟ ଦିନର ବିଷୟ :-
    ୧. ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା
    ୨. ଉତ୍ତମ ଯାତ୍ରୀ ପରିଚର୍ୟା
    ୩. ପ୍ରଶାସନ ଓ ସେବକଙ୍କ ମଧ୍ଯରେ ସମନ୍ଵୟ

    ପୁରୀ ଜିଲାପାଳ ଓ ଏସପିଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ବିଭିନ୍ନ ନିଯୋଗର ବରିଷ୍ଠ ଏବଂ ଯୁବ ସେବାୟତ ଯୋଗଦେଇଛନ୍ତି। ସେବାୟତଙ୍କ ତାଲିମ ଶିବିରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପୁରୀରେ ପ୍ରସିଦ୍ଧ ରଥଯାତ୍ରା ସମେତ ଛେରା ପହଁରା, ସାହାଣ ମେଲା, ମଙ୍ଗଳ ଆଳତୀ, ପହୁଡ଼, ନବକଳେବର, ଶ୍ରୀଜୀଉଙ୍କ ବିଭିନ୍ନ ବେଶ ସମେତ ବର୍ଷ, ମାସ, ତିଥି ଓ ବାର ତଥା ଦୈନନ୍ଦିନ ପାରମ୍ପରିକ ରୀତିନୀତି ଶ୍ରୀମନ୍ଦିରରେ ସେବାୟତମାନେ ସମ୍ପାଦନ କରିଥାନ୍ତି। ଶ୍ରୀମନ୍ଦିରର ସେବାୟତମାନେ ପୁରୀର ଜଗନ୍ନାଥ ମନ୍ଦିରରେ ଦୈନନ୍ଦିନ ପାରମ୍ପରିକ ରୀତିନୀତି ଏବଂ ପର୍ବ ପାଳନ ସମୟରେ ରହିଥିବା ବିଧିବିଧାନ ସମ୍ପାଦନ କରିଥାନ୍ତି। ସେମାନେ ବଂଶାନୁକ୍ରମିକ ଭାବେ ଶ୍ରୀଜୀଉଙ୍କ ବିଭିନ୍ନ ପରମ୍ପରା, ପ୍ରଥା ଓ ରୀତିନୀତି ସମ୍ପନ୍ନ କରନ୍ତି। ମନ୍ଦିରର ଅଧିକାର ରେକର୍ଡ ଉପରେ ଆଧାରିତ ସେମାନଙ୍କ ମଧ୍ୟରୁ ୧୧୯ ବର୍ଗ ସେବାୟତ ଅଛନ୍ତି। ସେବାୟତମାନଙ୍କର ମୁଖ୍ୟ ପାରମ୍ପରିକ ସେବାୟତ ହେଉଛନ୍ତି ପୁରୀର ଗଜପତି ମହାରାଜ, ଯିଏକି ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦିଷ୍ଟ ରୀତିନୀତି ମଧ୍ୟ ସମ୍ପାଦନ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.5 ° C
    25.5 °
    25.5 °
    93 %
    1.5kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ