Wednesday, November 25, 2026
19.4 C
Odisha

    ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ, ୫ ଆହତ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ।  ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ।  ବୋମାମାଡରେ ୫ ଗୁରୁତର ଆହତ। ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ଓ ମହିଳା ।  ଦୁଇଟି ବୋମାମାଡ ହୋଇଥିବା ଜଣାପଡିଛି ।  ସଦର ଥାନା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଗୁରୁତର ଆହତ ହୋଇଥିବାବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ବାଇଁ, ଚନ୍ଦନ କୁଣ୍ଡଳ ।

    ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ତେବେ ଜମିବାଡ଼ି ବିବାଦକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି ।  ତେବେ ଏ ନେଇ ପୁଲିସ ର ପ୍ରତିକ୍ରିୟା ମିଳିପାରି ନାହିଁ । ଅଭିଯୋଗ ଅନୁଯାୟୀ କୋଠ ଜମିରେ ଜଣେ ବ୍ୟକ୍ତି ଘର କରୁଥିବାକୁ ନେଇ ବିବାଦ ଉପୁଜିଥିଲା । ପରେ ବଚସା ଓ ବଚସାରୁ ବୋମା ମାଡ ପର୍ଯ୍ୟନ୍ତ କଥା ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    81 %
    1.1kmh
    7 %
    Wed
    19 °
    Thu
    26 °
    Fri
    26 °
    Sat
    25 °
    Sun
    24 °

    ସମ୍ବନ୍ଧିତ