Wednesday, March 25, 2026
23 C
Odisha

    ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

    ଆଗକୁ ପଢନ୍ତୁ

    ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର ସାଥୀ ମାଓବାଦୀ ନେତା ବିଜୟ ରେଡୀ ଓରଫ ବିଜାଙ୍କୁ ହତ୍ୟା ସହ ଏଥିସହ ସଂଗଠନର ଗତିବିଧି ସମ୍ପର୍କରେ ପୋଲିସକୁ ସେ ସୂଚନା ଦେଉଥିବା ଅଭିଯୋଗ କରିଛନ୍ତି ା ଛତିଶଗଡ ବିଜାପୁର ଜିଲାରେ ପୋଲିସ ଦ୍ୱାରା ବିଭିନ୍ନ କ୍ୟାମ୍ପ ଧ୍ୱଂସ ସହ ବହୁ ମାଓବାଦୀଙ୍କୁ ଗୁଳିକରି ହତ୍ୟା ଓ ଗିରଫ କରାଯିବାରୁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଏକ ପ୍ରେସ୍‌ ନୋଟ ଜାରି କରିଛି। ପୋଲିସ-ମାଓବାଦୀ ମଧ୍ୟରେ ଏନ୍‌କାଉଣ୍ଟର କ୍ରମାଗତ ଭାବେ ଚାଲିଥିବା ବେଳେ ମାଓବାଦୀଙ୍କର କ୍ଷତି ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗତ ୬ ତାରିଖରେ ବିଜାଙ୍କୁ ହତ୍ୟା କରାଯାଇଥିବା ବେଳେ ଅତୀତରେ ଛତିଶଗଡ ବସ୍ତର ସଂଭାଗରେ ହୋଇଥିବା ଏନ୍‌କାଉଣ୍ଟର ସହ ଅନ୍ୟ ରାଜ୍ୟରୁ ଆସିଥିବା ମାଓବାଦୀଙ୍କୁ ମଧ୍ୟ ବାହାର ରାଜ୍ୟ ମାଓବାଦୀ ନେତାମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ବିଗତ କିଛି ମାସ ମଧ୍ୟରେ ପୋଲିସ ଦ୍ୱାରା ଟପ୍‌ ନେତାମାନଙ୍କ ହତ୍ୟା କରାଯାଇଥିବା ଯୋଗୁ ସାଥୀମାନେ ବିଚଳିତ ହୋଇ ପଡିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ମାଓବାଦୀ ସ୍ଥାନୀୟ ମାଓବାଦୀମାନଙ୍କୁ ଢାଲ କରି ଛତିଶଗଡ ରାଜ୍ୟରୁ ବହୁକୋଟି ଟଙ୍କା ଲୁଟି ନେଉଛନ୍ତି। ଗତ କିଛି ମାସ ମଧ୍ୟରେ ବଡ ବଡ ମାଓବାଦୀ ନେତାମାନଙ୍କୁ ପୋଲିସ ନିପାତ କରିବାରେ ସଫଳ ହୋଇଥିବା ବେଳେ କିପରି ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଉଛି ସେଥିପାଇଁ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ଆତ୍ମସମର୍ପଣ ବ୍ୟତୀତ ମାଓବାଦୀମାନଙ୍କ ପାଖରେ ବିକଳ୍ପ ନାହିଁ ବୋଲି ପ୍ରେସ୍‌ନୋଟରେ ବସ୍ତର ଆଇଜି ସୁନ୍ଦର ରାଜ. ପି. ସୂଚନା ଦେଇଛନ୍ତି। ବିଶେଷ କରି ଛତିଶଗଡ ରାଜ୍ୟର ସ୍ଥାନୀୟ ଲୋକଙ୍କୁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି, ଯଥାଶୀଘ୍ର ମାଓବାଦୀ ସଂଗଠନ ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରିବା ସହ ଜୀବନ ବଞ୍ଚାନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23 ° C
    23 °
    23 °
    74 %
    1.1kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ