Saturday, June 14, 2025
25.4 C
Odisha

    ସକାଳର ଜଳଖିଆ ନଖାଇବା ଦ୍ବାରା ହୋଇଥାଏ ଏହି ସବୁ କ୍ଷତି

    ଆଗକୁ ପଢନ୍ତୁ

    ଦିନର ଆହାର ଠାରୁ ସକାଳର ଜଳଖିଆ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ସକାଳର ଜଳଖିଆ ଠିକ୍ ଭାବରେ ନଖାଇବା ଦ୍ବାରା ଶରୀରର ବହୁତ କ୍ଷତି ହୋଇଥାଏ । ଏହା ଦ୍ବାରା ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା କ’ଣ ସବୁ କ୍ଷତି ହୋଇଥାଏ ଆମ ଶରୀରରେ ସକାଳର ଜଳଖିଆ ନଖାଇବା ଦ୍ବାରା :

    • ମଧୁମେହ : ସକାଳର ଜଳଖିଆ ନଖାଇବା ଦ୍ବାରା ମଧୁମେହର ସମସ୍ୟା ଅଧିକ ଥାଏ । ଏକ ରିସର୍ଚ୍ଚ ୟୁନିଭରସିଟିର ଷ୍ଟଡିରୁ ଜଣା ପଡିଛି ଯେଉଁ ମହିଳା ମାନେ ସକାଳେ ନିଜର ଜଳଖିଆ ଖାଇ ନଥାନ୍ତି ସେମାନଙ୍କ ପାଖରେ ଟାଇପ୍ ୨ର ମଧୁମେହର ସମସ୍ୟା ଅଧିକ ଦେଖା ଯାଇଥାଏ ।

    • ଓଜନ ବଢିଥାଏ : ଯଦି ଆପଣଙ୍କୁ ଲାଗୁଛି କି ସକାଳର ଜଳଖିଆ ନଖାଇବା ଦ୍ବାରା ଆପଣଙ୍କର ଓଜନ କମ୍ ହେଉଛି ତେବେ ଏହା ଆପଣଙ୍କ ପାଇଁ ଏକଦମ୍ ଭୁଲ୍ । ଏହି ଷ୍ଟଡିରୁ ଜଣା ପଡିଛି ଯେଉଁ ଲୋକ ମାନେ ସକାଳର ଜଳଖିଆ ଛାଡୁଛନ୍ତି ସେମାନଙ୍କ ଓଜନ ବେଶୀ ବଢିଥାଏ । • ମୋଟାବୋଲିଜିମ ଉପରେ ପ୍ରଭାବ : ସକାଳର ଭଳଖିଆ ଛାଡିବା ଦ୍ବାରା ଶରୀରରେ ମୋଟାବୋଲିଜିମର କ୍ଷତି ହୋଇଥାଏ । ଦିନସାରାର କୌଣସି ଆହାର ଛାଡିବା ଦ୍ବାରା ଶରୀର ଉପରେ ପ୍ରଭାବ ପକାଇଥାଏ । ଅଧିକ ସମୟ ଯାଏ ଖାଲି ପେଟରେ ରହିବା ଦ୍ବାରା ଶରୀରରେ କ୍ୟାଲୋରୀ ବଢାଇବାର କ୍ଷମତା କମିଥାଏ ।

    • ଭୋକ ଲାଗିବା ସହ ରାଗ ଆସିବା : ଲମ୍ବା ସମୟ ଯାଏ ଭୋକରେ ରହିବା ଦ୍ବାରା କିଛି ଲୋକଙ୍କୁ ରାଗ ଆସିଥାଏ । ଏକ ଷ୍ଟଡିରୁ ଏହି କଥା ଜଣା ପଡିଥିଲା ଯେଉଁ ପୁରୁଷମାନେ ସକାଳର ଜଳଖିଆ ଠିକ୍ ଭାବରେ ଖାଇଥାନ୍ତି ସେମାନଙ୍କର ରକ୍ତଚାପ ଠିକ୍ ରହିଥାଏ ତେଣୁ ସେମାନଙ୍କ ପାଖରେ ଚିଡିଚିଡି ଭାବ ଦେଖିବା ଖୁବ୍ କମ୍ ମିଳିଥାଏ ।

    • ପାଟିରୁ ଦୁର୍ଗନ୍ଧ ବାହାରିବା : ସକାଳର ଖାଇବା ନଖାଇବା ଦ୍ବାରା କେବଳ ଅପଣଙ୍କର ଶରୀର ଉପରେ ପ୍ରଭାବ ପକାଇ ନଥାଏ ଏହା ଆପଣଙ୍କ ସୋସିୟାଲ୍ ଲାଇଫ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସକାଳର ଖାଇବା ନଖାଇବା ଦ୍ବାରା ସାଲାଇବା ଖୁବ୍ କମ୍ ତିଆରି ହୋଇଥାଏ ଯେଉଁଥିପାଇଁ ଜିଭରେ ଥିବା ବ୍ୟାକଟେରିଆ ଦୂର ହୋଇପାରନ୍ତି ନାହିଁ ସେହି କାରଣ ପାଇଁ ପାଟିରୁ ଦୁର୍ଗନ୍ଧ ବାହାରି ଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    89 %
    1.5kmh
    92 %
    Sat
    36 °
    Sun
    40 °
    Mon
    28 °
    Tue
    32 °
    Wed
    26 °

    ସମ୍ବନ୍ଧିତ