Friday, April 3, 2026
39 C
Odisha

    ସକାଳୁ ଉଠି କରନ୍ତୁ ଏହି କାମ, ମସ୍ତିଷ୍କ ହୋଇଯିବ କମ୍ପୁଟରରୁ ଅଧିକ ତୀବ୍ର

    ଆଗକୁ ପଢନ୍ତୁ

    ମସ୍ତିଷ୍କ ଆମ ଶରୀରର ଏପରି ଏକ ଅଙ୍ଗ ଯାହା ସବୁବେଳେ କାମ କରିଥାଏ । ଜାଣିରଖନ୍ତୁ ଯେ, ଏହା ଆମର ସଂପୂର୍ଣ୍ଣ ଶରୀରକୁ ନିୟନ୍ତ୍ରିତ କରିବା ସହ ଦିନର ସମସ୍ତ କଥାକୁ ମନେ ରଖିଥାଏ ମସ୍ତିଷ୍କ । କିନ୍ତୁ କିଛି କାରଣ ବଶତଃ ହଠାତ୍ ଆମେ କଥା ଭୁଲିବାରେ ଲାଗୁ ଏବଂ ମସ୍ତିଷ୍କ କମ୍ କାମ କରିବା ଆରମ୍ଭ ହୋଇଥାଏ । ଏହା ଦ୍ବାରା ଦୈନନ୍ଦିନ ଜୀବନରେ ଆମକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଆପଣମାନେ ଏକଥା ବି ଜାଣିଥିବେ ଯେ ଘର ହେଉ କିମ୍ବା ବାହାରେ ହେଉ ଆମକୁ ଯଦି କେହି କିଛି କଥା କହିଥାନ୍ତି, ଆମେ ହଠାତ୍ ଭୁଲି ଯିବାକୁ ଲାଗନ୍ତି । ଏଥିପାଇଁ ସବୁବେଳେ ମସ୍ତିଷ୍କକୁ ସୁସ୍ଥ ଏବଂ ତୀବ୍ର ରଖିବା ପାଇଁ କ’ଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା ।

    ପ୍ରତିଦିନ ସକାଳ ସମୟରେ କିଛି ସାଧାରଣ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ପ୍ରତିଦିନ ସକାଳେ ଉଠିବା ମାତ୍ରେ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ୫ ମିନିଟ ବାହାର କରିବାକୁ ପଡ଼ିବ । ମସ୍ତିଷ୍କକୁ ଶାନ୍ତ କରିବା ପାଇଁ କୌଣସି ଏକାନ୍ତ ସ୍ଥାନକୁ ଯାଇ ଧ୍ୟାନ କରନ୍ତୁ । ଏଥି ସହ ଧ୍ୟାନ କରୁଥିବା ସମୟରେ ଦୁନିଆରେ ନିଜର ଉପସ୍ଥିତିକୁ ଭୁଲି ଯାଆନ୍ତୁ ।

    ଏକାନ୍ତରେ ବସି ନିଜ ଆଖି ବନ୍ଦ କରି ଅର୍ନ୍ତମନକୁ ଏକତ୍ର କରିବାକୁ ଚେଷ୍ଟା କରନ୍ତୁ । ପ୍ରାରମ୍ଭିକ ସମୟରେ ମନରେ ଏକାଗ୍ରତା ଆଣିବାରେ କିଛିଟା ଆସୁବିଧା ଆସିପାରେ । ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ ।

    କିଛି ଦିନ ନିୟମିତ ଏପରି ଧ୍ୟାନ କରନ୍ତୁ ଦେଖିବେ ମନରେ ଏକାଗ୍ରତା ଆସିଯିବ। ଏପରି ପ୍ରତିଦିନ ସକାଳେ କରିବା ମାତ୍ରେ ଆପଣଙ୍କ ମସ୍ତିଷ୍କ ତୀବ୍ର ହେବା ସହ କମ୍ପୁଟର ଭଳି ଚାଲିବ।

    ଏହା ଦ୍ବାରା ମାନସିକ ଚିନ୍ତା ମଧ୍ୟ ଦୂର ହେବା ସହ ସ୍ମରଣ ଶକ୍ତି ବଢ଼ିଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଏହାକୁ ଆପଣଙ୍କୁ ଦୈନିକ କରିବାକୁ ପଡ଼ିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ