Monday, October 13, 2025
27.2 C
Odisha

    ସବୁବେଳେ ବ୍ରେଡ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍ସର

    ଆଗକୁ ପଢନ୍ତୁ

    ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପ୍ରାୟତଃ ପସନ୍ଦ କରିଥାନ୍ତି । ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ ହୋଇପାରେ । ଏ ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ବ୍ରେଡ ଖାଇବା ଦ୍ୱାରା କୋଲୋରେକ୍ଟଲ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

    ଜର୍ନଲ ଅଫ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଧଳା ପାଉଁରୁଟି ଖାଇବା ସହ ମଦ ପିଇଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଶିରର ଶେଷ ଭାଗ ଓ ମଳଦ୍ବାରରେ ଏହି କ୍ୟାନସର ହୋଇଥାଏ । ଏହି ପ୍ରକାର କ୍ୟାନସର ଖୁବ୍ ଶୀଘ୍ର ବଢ଼େ । ତେଣୁ ଆରମ୍ଭରୁ ଜଣାପଡିଗଲେ ଏହାର ଚିକିତ୍ସା ହୋଇପାରିବ ।

    କୋଲୋରେକ୍ଟଲ କ୍ୟାନସର: ହୋଇଥିବା ସର୍ଭେରୁ ଜଣାପଡିଛି, ଧଳା ପାଉଁରୁଟିରେ ପ୍ରଚୁର ପରିମାଣର କାର୍ସିନୋଜେନ୍ ରହିଛି । ଯାହା ଏହି ପ୍ରକାର କ୍ୟାନସର ହେବାର କାରଣ ହୋଇଥାଏ । ତେବେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର, କ୍ୟାଲସିୟମ, ଫସଫରସ୍ ଓ ମ୍ୟାଗ୍ନେସିୟମ ଥିବା ଖାଦ୍ୟ ଖାଉଥିଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା କମି ଯାଇଥାଏ ।

    ଚୀନର ଝୋଜିଆଙ୍ଗ ବିଶ୍ୱବିଦ୍ୟାଳୟ ଚିକିତ୍ସା ସ୍କୁଲର ଅନୁସନ୍ଧାନକାରୀମାନେ ଏହି ରିସର୍ଚ୍ଚ କରିଛନ୍ତି । ଏଥିରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଦୈନନ୍ଦିନ ସେମାନେ ଖାଉଥିବା ୧୩୯ ପ୍ରକାରର ଖାଦ୍ୟ ପ୍ରଦାର୍ଥ ଏବଂ ସେଥିରେ ଅବସ୍ଥିତ ପୋଷକ ତତ୍ତ୍ୱର ଯାଞ୍ଚ ହୋଇଥିଲା । ଯେଉଁଥିରୁ ଜଣାଯାଇଛି ଯେ, ଧଳା ବ୍ରେଡ ଏବଂ ଆଲକହଲ ସେବନ କରୁଥିବା ଲୋକମାନଙ୍କ ଶରୀରରେ ପ୍ରାୟ ୧୩ ବର୍ଷରେ ୧୪୬୬ କୋଲୋରେକ୍ଟଲ କ୍ୟାନ୍ସର ମାମଲା ଚିହ୍ନଟ କରାଯାଇଛି ।

    ରିସର୍ଚ୍ଚରୁ ଜଣାଯାଇଛି ଯେ, ହ୍ୱାଇଟ ବ୍ରେଡରେ କାର୍ସନାଜେନ୍ କମ୍ପାଉଣ୍ଡ ମିଳିଥାଏ । ୧.୧୮ ଲକ୍ଷ ଲୋକଙ୍କ ଉପରେ ଏହି ଅଧ୍ୟୟନ ହୋଇଥିବା ବେଳେ ହ୍ୱାଇଟ ବ୍ରେଡ ଏବଂ ଆଲକହଲ ଅଧିକ ସେବନ କରିଥିବା ଲୋକଙ୍କ ଦେହରେ ଏହି ରୋଗର ଆଶଙ୍କା ଅଧିକ ମାତ୍ରାରେ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    70 %
    1.6kmh
    10 %
    Mon
    29 °
    Tue
    29 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ