ଦିଲ୍ଲୀ : ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ । ସବୁ ଦଳ କମିଶନ ପାଇଁ ସମାନ ବୋଲି ଆଜି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନ । କଂଗ୍ରେସର ଭୋଟ ଚୋରି ଘଟଣା ବା ପ୍ରସଙ୍ଗକୁ ମଧ୍ୟ ସେ ନିନ୍ଦା କରିଛନ୍ତି । କମିଶନ ସର୍ବଦା ଲୋକଙ୍କ ସହ ଛିଡ଼ା ହୋଇଛି ବେଲି ମୁଖ୍ୟ ନିର୍ବାଚନ କମିଶନର ଜଣାଇଛନ୍ତି । କମିଶନ କାହାକୁ ଡରେନି ଓ ନିର୍ଭୀକ ଭାବରେ ଛିଡା ହୋଇଥିବା କଥା ମଧ୍ୟ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।
ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆଜି କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ ଓ ଯୁବତୀ ଭୋଟର ହୋଇ ଭୋଟ ଦେବା ଉଚିତ୍ । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜିକରଣ ପରେ ହିଁ ଗଠିତ ହୁଏ ।
ନିର୍ବାଚନ କମିଶନ ପାଇଁ କୌଣସି ଶାସକ ଦଳ କିମ୍ବା ବିରୋଧୀ ଦଳ ନାହିଁ । ସମସ୍ତେ ସମାନ । ନିର୍ବାଚନ କମିଶନ କେବେବି ନିଜର କର୍ତ୍ତବ୍ୟରୁ ପଛକୁ ହଟି ନାହିଁ କି ହଟିବ ନାହିଁ । ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାଁନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ।
ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ବିହାରର ୭ କୋଟିରୁ ଅଧିକ ମତଦାତା କେବେ ପ୍ରଶ୍ନ କରି ନାହାଁନ୍ତି । ନିର୍ବାଚନ କମିଶନ ସହ ଛିଡା ହୋଇଛନ୍ତି ୭ କୋଟିରୁ ଅଧିକ ଭୋଟର । ଭୋଟ୍ ଚୋରି ଶବ୍ଦ ସମ୍ବିଧାନକୁ ଅପମାନ । ଭୋଟ୍ ଚୋରି ଭଳି ଭୁଲ୍ ଶବ୍ଦ ପ୍ରୟୋଗ କରି ଭ୍ରମିତ କରାଯାଉଛି । ଭୋଟରଙ୍କ ବିନା ଅନୁମତିରେ ଫଟୋ କେମିତି ସାମ୍ନାକୁ ଅଣାଗଲା ? ମାଆ,ଭଉଣୀଙ୍କ ସିସିଟିଭି ଭିଡିଓ ସାମ୍ନାକୁ ଆସିବା ଜରୁରୀ ?
ଭାରତର ସମସ୍ତଙ୍କ ନାଗରିକ ମତଦାତା ହେବା ଆବଶ୍ୟକ ଏବଂ ମତଦାନ କରିବା ବି ଜରୁରୀ । ସବୁ ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେସନରୁ ହିଁ ହୋଇଥାଏ । ତା’ହେଲେ ସେ ସବୁ ରାଜନୈତିକ ଦଳ ଭିତରେ ଭେଦଭାବ କେମିତି କରିପାରିବେ? ନିର୍ବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି ।
ଗତ ୨୦ ବର୍ଷ ହେବ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ମତଦାତା ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବିହାରରୁ ଏସଆଇଆରର କାର୍ୟ୍ୟକ୍ରମ ଆରମ୍ଭ କରିଛି ।