ଭୁବନେଶ୍ୱର : ସବ ରେଜିଷ୍ଟ୍ରାର ଅଫିସରେ ଜମି ଜାଲିଆତି । ପଡ଼ିଆ ଜମି ଦେଖାଇ ୭୦ଲକ୍ଷ ଠକେଇ । ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ସବ୍ ରେଜିଷ୍ଟ୍ରାର ଅଫିସ ଦଲାଲ ସମେତ ଜଣେ ଷ୍ଟାମ୍ପ ଦୋକାନୀ । ଜଣେ ପୂର୍ବତନ ହୋମଗାର୍ଡଙ୍କ ସମେତ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସବ ରେଜିଷ୍ଟ୍ରାର ଅଫିସ ଦଲାଲ ମହେନ୍ଦ୍ର ପଟ୍ଟନାୟକ, ଷ୍ଟାମ୍ପ ଦୋକାନୀ ଭାଗିରଥି ସାହୁ, ପୂର୍ବତନ ହୋମଗାର୍ଡ ନିରଞ୍ଜନ ଶତପଥୀ ଓ ତାଙ୍କ ପତ୍ନୀ ରିନାରାଣୀ ଶତପଥୀ ।
ଅନ୍ୟର ଜମିକୁ ଫର୍ଜି ମାଲିକାନା ଦର୍ଶାଇ ଓ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବିକ୍ରି କରିଥିଲେ । ଲକ୍ଷାଧିକ ଟଙ୍କା ଦେଇ ଜମି କିଣିଥିବା ମାଲିକ ସନ୍ଦେହ ହେବାରୁ ରେଜିଷ୍ଟ୍ରାର ଅଫିସରେ ଏହାର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ତେବେ ମାମଲାରେ ସାମିଲ ଥିବା ଜଣେ ଲେଡି ମାଷ୍ଟରମାଇଣ୍ଡକୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

