Wednesday, July 15, 2026
28.3 C
Odisha

    ଗାଁର ଗୌରବ କୁନି ଝିଅ ବୈଭବୀ, ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ପାଇଲେ ସ୍ଥାନ

    ଆଗକୁ ପଢନ୍ତୁ

    ଟାଙ୍ଗୀ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ଅଢେଇ ବର୍ଷର କୁନି ଝିଅଟି ସଠିକ ଭାବେ କଥା କହି ପାରୁନି । ଖନେଇ ଖନେଇ କଥାରେ ଲୁଚି ରହିଛି ଅନେକ ରହସ୍ୟ । ଖେଳକୁଦ ବୟସରେ ସ୍ମରଣ ଶକ୍ତି ବଳରେ ବଡ଼ ସଫଳତା ପାଇଛି ଏ କୁନି ଝିଅ । ସାଧାରଣ ପରିବାରର ଝିଅ ଆଜି ଗାଁ ପାଇଁ ଆଣିଛି ଗୌରବ । ମାତ୍ର ଅଢେଇ ବର୍ଷ ବୟସରେ ପାଇଛି ବଡ଼ ସଫଳତା । ୧୪ରୁ ଉର୍ଦ୍ଧ ପ୍ରତିଯୋଗୀଙ୍କୁ ମାତ ଦେଇ ଆଜି ଦେଖାଇ ପାରିଛି ନିଜର ଦକ୍ଷତା । ଏଭଳି ଖବର ଗାଁରେ ପହଞ୍ଚିଲା ପରେ ଚାରିଆଡ଼େ ଖେଳିଯାଇଛି ଖୁସିର ଲହରୀ ।

    ନିକଟରେ ଅନଲାଇନରେ ହୋଇଥିବା ସ୍ମରଣ ଶକ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ ବୈଭବୀ ବିଶ୍ୱାଳ । ତେବେ ଏକ ହଜାର ଉର୍ଦ୍ଧ୍ବ ଶିଶୁଙ୍କୁ ମାତ ଦେଇ ନିଜ ନାଁକୁ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ସ୍ଥାନିତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବୈଭବୀ ।

    ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡିଗଡ଼ର ମଧ୍ୟବିତ୍ତ ପରିବାରର ବାପା ବିପ୍ଳବ ବିଶ୍ୱାଳ ଓ ମାତା ଦିପ୍ତିମୟୀ ବିଶ୍ୱାଳଙ୍କ ଅଲିଅଳି କନ୍ୟାରତ୍ନ ବୈଭବୀ । ମାତ୍ର ଅଢ଼େଇ ବର୍ଷ ବୟସରେ ଝିଅ ଏଭଳି ସଫଳତା ପାଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ପରିବାର ଓ ଗ୍ରାମବାସୀ ।

    ଏତେ କମ୍ ବୟସରେ ଏଭଳି ଜାତୀୟ ସ୍ତରର ରେକର୍ଡରେ ସାମିଲ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାରେ ସୁଅ ଛୁଟୁଛି । ଏନେଇ ବୈଭବୀଙ୍କ ବାପା ମାଆ, ପରିବାର ସହ ଗ୍ରାମବାସୀ ବେଶ୍ ଖୁସି ଅଛନ୍ତି । ଏହି କୁନି ପ୍ରତିଭା ପ୍ରତି ଯଦି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତି ତେଵେ ଆହୁରି ଆଗକୁ ଯାଇପାରନ୍ତେ ବୈଭବୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ