Friday, February 13, 2026
27.1 C
Odisha

    ସମସ୍ତଙ୍କୁ ଶିକ୍ଷା ବାର୍ତ୍ତା ନେଇ ଜାନୁଆରୀ ୨୫ରେ ସାରା ରାଜ୍ୟରେ ମିନି ମାରାଥନ୍, ଆର୍ଟ ଅଫ୍ ଗିଭିଂର ଅଂଶ ଭାବେ ହେବ ଆୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ଏକ ମିନି ମାରାଥନ୍‍ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ଜାନୁଆରୀ ୨୫ ତାରିଖରେ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜନ କରାଯାଉଛି । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଆସୁଛନ୍ତି ।

    ଶିକ୍ଷା ହେଉଛି ଶିଶୁର ତୃତୀୟ ନୟନ। ଦାରିଦ୍ର୍ୟ ହେତୁ କୌଣସି ପିଲା ଯେଭଳି ଶିକ୍ଷାରୁ ବଞ୍ଚିତ ନହୁଏ, ଏହା ହେଉଛି ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ଦେଶ୍ୟ । ସେଥିପାଇଁ ସେ ସର୍ବଦା ପ୍ରୟାସ ଜାରି ରଖିଛନ୍ତି ଓ ସମସ୍ତଙ୍କ ପାଇଁ ଶିକ୍ଷା ପ୍ରସାର ଦିଗରେ ସେ ନିଜକୁ ସମର୍ପିତ କରିଦେଇଛନ୍ତି । ଏହି ଅଭିଯାନର ଏକ ଅଂଶ ଭାବରେ “ଆର୍ଟ ଅଫ୍ ଗିଭିଂ’ ଅଧୀନରେ “ସମସ୍ତଙ୍କ ପାଇଁ ଶିକ୍ଷା’ ନାମକ ଏହି ସାମାଜିକ ଅଭିଯାନ ଏବଂ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

    ମାରାଥନ ମାଧ୍ୟମରେ ସମସ୍ତଙ୍କୁ ଏକ ସୁନ୍ଦର ବାର୍ତ୍ତା ଦିଆଯାଉଛି- ଫିଟନେସ୍ ରହିବା ଯେଭଳି ସମସ୍ତଙ୍କ ପାଇଁ ଆବଶ୍ୟକ ସେହିପରି ଜଳ, ବାୟୁ, ମାଟି ଓ ଶିକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଏହି ମାରାଥନର ବିପୁଳ ସଂଖ୍ୟାରେ ଯୋଗଦେଇ ‘ସମସ୍ତଙ୍କ ପାଇଁ ଶିକ୍ଷା’ ସନ୍ଦେଶକୁ ଆହୁରି ବ୍ୟାପକ କରିବା ପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.1 ° C
    27.1 °
    27.1 °
    22 %
    1.2kmh
    72 %
    Fri
    31 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ