Saturday, October 10, 2026
22.4 C
Odisha

    ସମୀର ଦାଶଙ୍କୁ ମିଳିଲା ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ୱ

    ଆଗକୁ ପଢନ୍ତୁ

    ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ଦାୟିତ୍ୱ ସମୀର ଦାଶଙ୍କୁ ବିଜେଡି ପ୍ରଦାନ କରିଛି । ସେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ମିଳିଲା ନୂଆ ଦାୟିତ୍ୱ । ଅରୁନ୍ଧତୀ ଦେବୀ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଜେଡିରୁ ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା ସମୀର ଦାଶଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିଲା। ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍ ପାଇଁ ସମୀର ଦାଶ ଆଶାୟୀ ଥିଲେ। ମାତ୍ର ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଯାହାକୁ ନେଇ ସମୀରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ଆଜି ବିଜେଡି ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି। ଅନ୍ୟପଟେ ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ, ଯିଏକି ନିକଟରେ ବିଜେପି ଛାଡି ବିଜେଡିରେ ସାମିଲ ହେଇଥିଲେ, ତାଙ୍କୁ ବିଜୁ ଜନତା ଦଳ ଟିକେଟ୍ ଦେଇ ପୁଣି ଟିକେଟ୍ କାଟିଦେଇଛି । ଏହା ବଦଳରେ ଦଳ ସ୍ଥାନୀୟ ନେତା ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପୁଣିଥରେ ଭରସା କରିବା ଦେଖାଦେଇଛି । ତେବେ ବର୍ତ୍ତମାନ ବିଜେଡି ଅରୁନ୍ଧତୀ ଦେବୀଙ୍କୁ ରାଜ୍ୟ ସାଧାରଣ ସମ୍ପାଦିକାର ଦାୟିତ୍ୱ ପ୍ରଦାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ