Monday, March 30, 2026
33.2 C
Odisha

    ସମ୍ପର୍କୀୟଙ୍କ ଝଗଡ଼ା ମେଣ୍ଟାଇବାକୁ ଯାଇ ଛୁରାମାଡ଼ରେ ଯୁବକ ମୃତ

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ପଢାଳ ହରିଜନ ସାହିରେ ଅଭାବନୀୟ ଘଟଣା l ଦୁଇ ପରିବାରର ଝଗଡ଼ା ମେଣ୍ଟାଇବାକୁ ଯାଇ ଜୀବନ ହାରିଲେ ଯୁବକ । ସମ୍ପର୍କୀୟଙ୍କ ଝଗଡ଼ାର ସମାଧାନ କରିବା ବେଳେ ଛୁରା ମାଡରେ ଋଷି ନାୟକ ନାମକ ଯୁବକଙ୍କ ମୃତ୍ୟୁ । ମୃତ ଋଷି ହେଲେ ଧରାକୋଟ ତାଳପାଟଣା ଅଞ୍ଚଳର ।
    ମହାବାରୁଣୀ ବୁଡ଼ ପକାଇବା ନେଇ ତାଳପାଟଣା ଗାଁର ଋଷି ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ଝଗଡା ଲାଗିଥିଲା l ଝଗଡା ଛଡାଇବାକୁ ଯାଇଥିବା ଋଷିଙ୍କୁ ଛୁରୀ ଭୁସିଲେ ସମ୍ପର୍କୀୟ l ଗୁରୁତର ଅବସ୍ଥାରେ ଋଷିକୁ ସ୍ଥାନୀୟ ଲୋକେ ଆସିକା ମେଡିକାଲ ରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କୋଟିନଟା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ