ସମ୍ବଲପୁର : ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ । ଆଜି ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅତ୍ୟାଧୁନିକ ବସ ଟର୍ମିନାଲ ମଧ୍ୟ ଉଦ୍ଘାଟିତ ହୋଇଛି । ସମ୍ବଲପୁରବାସୀଙ୍କ ଗମନା ଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି । ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ।
ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବସଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା CRUT ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍ଘାଟନ କରାଯାଇଛି ।
ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁର ବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ । ଏହି ବସଗୁଡିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରିବା ସହିତ ଯାତ୍ରାମାନଙ୍କର ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ।
ଡିଜିଟାଲ ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟରେ ରିହାତିର ବ୍ୟବସ୍ଥା ମଧ୍ୟ ଏହି ବସରେ କରାଯାଇଛି । ଇ-ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ବସ୍ ଗୁଡିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଭୁବନେଶ୍ୱର ବସ ଜଳିବା ପ୍ରସଙ୍ଗରେ କହିଛନ୍ତି ଆହୁରି ସୁରକ୍ଷା ବଢା ଯାଇଛି ବସମାନଙ୍କରେ l
ସେହିପରି କୃଟ ଏମ ଡି ସଞ୍ଜୟ ବିଶ୍ୱାଳ କହିଛନ୍ତି ଏହି ବସ ସମ୍ପୂର୍ଣ ଅତ୍ୟାଧୁନିକ l ଏଠି ଚାଳକ ଯଦି ମଦ ପିଇ ଗାଡିରେ ବସିଲେ ଗାଡି ଚାଲିବ ନାହିଁ l ସେହିପରି ବସ ସମ୍ମୁଖରେ କିଛି ଆସିଗଲେ ମଧ୍ୟ ତାହା ଚାଳକ କୁ ଆଲର୍ଟ କରି ଦେବ l ସେପଟେ ଆଜି ଭୁବନେଶ୍ୱର ରେ ନିଆଁ ଲାଗିଥିବା ଇଭି ସମ୍ପର୍କ ରେ ସେ କହିଛନ୍ତି ତାହା 2018 ମସିହାର ବସ l ଅନ୍ୟ ଏକ କମ୍ପାନୀ ଚଳାଉଥିଲା l ତାକୁ ଆମେ ଆଣି ଠିକ କରି ଚଳାଉଥିଲୁ l ବେଟେରି ଶର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଗଲା l ଚାଳକ ର ଉପସ୍ଥିତ ବୁଦ୍ଧି ଯୋଗୁଁ 26 ଜଙ୍କ ଜୀବନ ବଞ୍ଚି ଯାଇଥିଲା l

