Friday, October 9, 2026
24.1 C
Odisha

    ଜାନୁଆରୀରେ ଘୋଷଣା ହେବନି ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ, ମାର୍ଚ୍ଚ ୨୬ ବା ଏପ୍ରିଲ ୮ ରେ ଘୋଷଣା !

    ଆଗକୁ ପଢନ୍ତୁ

    କଟକ : ଜାନୁଆରୀରେ ଘୋଷଣା ହେବନି ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ । ମାର୍ଚ୍ଚ ୨୬ ବା ଏପ୍ରିଲ ୮ ତାରିଖରେ ଘୋଷଣା ହୋଇପାରେ। ଦଳର ନାଁ କଣ ରହିବ ସେ ନେଇ ବିଚାର ବିମର୍ଶ ଚାଲିଛି। ନୂଆ ଦଳ ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମହମ୍ମଦ ମୋକିମ । ଜାନୁଆରୀ ୧୨ରେ ଦଳ ଘୋଷଣା ହେବ ବୋଲି ପୂର୍ବରୁ ସୂଚନା ଥିଲା । ତେବେ ଜାନୁଆରୀ ୧୨ ରେ ଭୁବନେଶ୍ୱର ଠାରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଯୁବ ନେତା ମାନଙ୍କୁ ନେଇ ଏକ ସମାବେଶ ହେବ ।

    ଏହି ସମାବେଶରେ ସାରା ଓଡ଼ିଶାରୁ ପାଖାପାଖି ୧୦୦୦ ରୁ ଅଧିକ ଯୁବ ନେତା ଯୋଗ ଦେବେ । ୨୦୩୬ ରେ ଓଡ଼ିଶାକୁ ଶହେ ବର୍ଷ ପୂରଣ ହେବ। ଏହି ଶହେ ବର୍ଷର ଓଡ଼ିଶାକୁ ନେଇ ଯୁବକ ମାନଙ୍କ ସହିତ ଆଲୋଚନା ହେବ। ଓଡ଼ିଶାର ବିକାଶ ଓ ନେତୃତ୍ୱ ବିଷୟକୁ ନେଇ ବିଚାର ବିମର୍ଶ ଓ ଆଲୋଚନା କରାଯିବ । ଜାନୁଆରୀ ୧୨ରେ ଯୁବ ଦିବସ ଥିବାରୁ ଯୁବ ନେତୃତ୍ୱଙ୍କୁ ନେଇ ଏହି ସମାବେଶ ଅନୁଷ୍ଠିତ ହେଉଥିବା ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    78 %
    1.6kmh
    1 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ