Sunday, July 12, 2026
30 C
Odisha

    ସମ୍ବଲପୁରରେ କାର୍ଯ୍ୟକାରୀ ହେବ ଅତ୍ୟାଧୁନିକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଅଞ୍ଚଳର ଅତ୍ୟାଧୁନିକ ପଦ୍ଧତିରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ସମ୍ବଲପୁର ମହାନଗର ନିଗମ ଜିଲା ପୁଲିସ ସହାୟତାରେ ଏକ ବୁଝାମଣା ପତ୍ର ଓକାକ ଦ୍ୱାରା ଚୟନିତ ସଂସ୍ଥା ଭିଏଲ ଏକ୍ସେସ ଇଣ୍ଡିଆ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କରିଛି। ମଙ୍ଗଳବାର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମଓୟୁ କମ୍ପାନୀ କତ୍ତୃପକ୍ଷ ସହିତ ସ୍ୱାକ୍ଷର କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ଆଗାମୀ ୧ ଏପ୍ରିଲ ଉତ୍କଳ ଦିବସରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ୪.୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ନିଗମ ଅଞ୍ଚଳରେ ୨୦୭ଟି ଏଆଇ ଯୁକ୍ତ କ୍ୟାମେରା ବିଭିନ୍ନ ୫୨ଟି ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗୁଡିକରେ ଲଗାଯିବ। ଏହି ଅତ୍ୟାଧୁନିକ କ୍ୟାମେରା ଗୁଡିକରେ ବୁଲେଟ କ୍ୟାମେରା, ଫେସ ରେକଗିନେସନ କ୍ୟାମେରା, ପିଟିଜେଡ ଏବଂ ଷ୍ଟେଟ ଅଫ ଆର୍ଟ କ୍ୟାମେରା ଗୁଡିକ ସାମିଲ ରହିବ। ଏହା ନିଗମ ଅଞ୍ଚଳର ସୁରକ୍ଷା ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୁର୍ଣ୍ଣ ଅଟେ। ଏଥି ସହ ସୋଲାର ଯୁକ୍ତ ଟ୍ରାଫିକ ସିଗନାଲ ସିଷ୍ଟମ ୬ଟି ପ୍ରମୁଖ ସ୍ଥାନରେ ଲଗାଯାଇ ଟ୍ରାଫିକ ନିୟନ୍ତ୍ରଣ, ନିୟମ ଉଲ୍ଲଂଘନକାରୀ ମାନଙ୍କୁ ସ୍ୱୟଂ ଚାଳିତ ଇ ଚାଲାନ କରିବା ଆଦି ବିଭିନ୍ନ ବ୍ୟବସ୍ଥା ରହିବ। କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ଚାଲାଣ ଅଭିଯାନରେ ଟ୍ରାଫିକ ବ୍ୟବସ୍ଥା ପାଇଁ ସମ୍ବଲପୁର ଆଗାମୀ ଦିନରେ ରାଜ୍ୟର ୫ମ ସହର ରୂପେ ସାମିଲ ହେବ। ଏଥି ପାଇଁ ଏକ ୟୁନିଫାଏଡ କମାଣ୍ଡ ଓ କଣ୍ଟ୍ରୋଲ ସେନ୍ଟର (ୟୁସିସିସି) ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସ୍ଥାପିତ ହେବ। ଏଥି ସହ ଏହାର ସାଟେଲାଇଟ କେନ୍ଦ୍ର ଗୁଡିକ ମହାନଗର ନିଗମ ଓ ପରିବହନ କାର୍ଯ୍ୟାଳୟରେ ରହିବ। ସିମଲେସ ବ୍ୟବସ୍ଥାରେ ସମସ୍ତ କେନ୍ଦ୍ର ଗୁଡିକ ଯୋଡି ରହି ବ୍ୟବସ୍ଥାକୁ ସୁଚାର ରୂପେ ପରିଚାଳନା କରିବେ। ଏଆଇ ଯୁକ୍ତ ଟେକନୋଲୋଜିର ବ୍ୟବହାର ଯୋଗୁଁଁ ଆଗାମୀ ଦିନରେ ପୁଲିସ ମଧ୍ୟ ଜନତାଙ୍କ ସୁରକ୍ଷା କରିବା ଓ ଆପାତକାଳୀନ ସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣରେ ଏହା ସହାୟ ହେବ। ସମ୍ବଲପୁରରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିବା କମ୍ପାନୀକୁ ଓକାକ ଦ୍ୱାରା ଇ ଟେଣ୍ଡର ମାଧ୍ୟମରେ ଚୟନ କରାଯାଇଛି। ଏହି କମ୍ପାନୀ ପୁର୍ବରୁ ଭୁବନେଶ୍ୱର – କଟକ କମିଶନରେଟ ପୁଲିସ, ବ୍ରହ୍ମପୁର, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ଅନୁରୂପ ବ୍ୟବସ୍ଥା ସଫଳତାର ସହିତ କାର୍ଯ୍ୟକାରୀ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30 ° C
    30 °
    30 °
    62 %
    4.2kmh
    100 %
    Sun
    30 °
    Mon
    34 °
    Tue
    26 °
    Wed
    30 °
    Thu
    32 °

    ସମ୍ବନ୍ଧିତ