Wednesday, April 8, 2026
23.9 C
Odisha

    ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ପରଲୋକ, ବଲାଙ୍ଗିରରେ ସୁଟିଂ ବେଳେ ଅସୁସ୍ଥ ହୋଇଥିଲେ

    ଆଗକୁ ପଢନ୍ତୁ

    ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ରୁକ୍ ସନା ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
    ତେବେ ରୁକ୍ ସନାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ତାଙ୍କ ମା’ ଓ ବଡ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସ୍ଲୋ ପଏଜନ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ରୁକ୍ ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ହୋଇଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ