Thursday, December 26, 2024
25.5 C
Odisha

    ସମ୍ବିଧାନରେ Waqf Actର କୌଣସି ସ୍ଥାନ ନାହିଁ

    ଆଗକୁ ପଢନ୍ତୁ

    ଆଜି ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷଣା ହୋଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମେଣ୍ଟ ସରକାର ଗଠନ କରିବ । ସେହିପରି ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)- କଂଗ୍ରେସ ମେଣ୍ଟ ସରକାର ଗଠନ କରିବ । ତେବେ ମହାରାଷ୍ଟ୍ରରେ ମହାବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଜପା କାର୍ଯ୍ୟକତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୋଦୀ ବିରୋଧୀ କଂଗ୍ରେସ ଉପରେ ବର୍ଷିବା ସହ ୱାକଫ ଆଇନ ଓ ଧାରା ୩୭୦ ଉପରେ ମନ୍ତବ୍ୟ ଦେଇଥିଲେ ।

    ପ୍ରଧାନମନ୍ତ୍ରୀ ମୋଦୀ ୱାକଫ୍ ଆଇନକୁ ନେଇ ଚିନ୍ତା ଜାହିର କରିବା ସହ କହିଥିଲେ, ସନ୍ତୁଷ୍ଟିକରଣ ପାଇଁ କଂଗ୍ରେସ ଆଇନ ତିଆରି କରିଥିଲା । ଏ କ୍ଷେତ୍ରରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିଥିଲା । ୱାକଫ ବୋର୍ଡ ହେଉଛି ଏହାର ଏକ ଉଦାହରଣ । ୨୦୧୪ ମସିହାରେ କଂଗ୍ରେସ ସରକାର ଦିଲ୍ଲୀର ଆଖାପାଖର ଅନେକ ସମ୍ପତ୍ତିକୁ ୱାକଫ ବୋର୍ଡକୁ ହସ୍ତାନ୍ତର କରିଦେଇଥିଲା । ଏହା ଜାଣିବା ପରେ ଦିଲ୍ଲୀର ଜନତା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ବାବା ସାହେବ ଯେଉଁ ସମ୍ବିଧାନ ଦେଇଛନ୍ତି ତାହାକୁ ରକ୍ଷା ପାଇଁ ଆମେ ପ୍ରତିବଦ୍ଧ ହେବା ଉଚିତ ଓ ସମ୍ବିଧାନରେ ୱାକଫ ଆଇନର କୌଣସି ସ୍ଥାନ ନାହିଁ । ଏହା ପରେ ବି କଂଗ୍ରେସ ଗୋଟିଏ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ୱାକଫ ବୋର୍ଡ ପରି ବ୍ୟବସ୍ଥା ସୃଷ୍ଟି କରିଥିଲା । ୱାକଫ୍ ବୋର୍ଡ ହେଉଛି କଂଗ୍ରେସର ସନ୍ତୁଷ୍ଟିକରଣ ରାଜନୀତିର ଏକ ଉଦାହରଣ । ମହାରାଷ୍ଟ୍ରର ଜନସାଧାରର ସ୍ଥିରତା ପାଇଁ ଭୋଟ ଦେବା ସହ ଯେଉଁମାନେ ଅସ୍ଥିରତା କରିବାକୁ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଏକ ବଡ଼ ଶିକ୍ଷା ଦେଇଛନ୍ତି ବୋଲି ମୋଦୀ ଏହି ଅବସରରେ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    69 %
    1.4kmh
    92 %
    Thu
    25 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ