Thursday, December 26, 2024
24.2 C
Odisha

    ସମ୍ ହସ୍ପିଟାଲ୍‌ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ୨୩ / ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ନଏକ ଭଲଭୋ ବସ୍‌ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।
    ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ । ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ । ବର୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି । ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍ ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    75 %
    1kmh
    87 %
    Thu
    26 °
    Fri
    28 °
    Sat
    29 °
    Sun
    28 °
    Mon
    29 °

    ସମ୍ବନ୍ଧିତ