ଭୁବନେଶ୍ୱର : ରୁପାଲି ଛକ ଦୁର୍ଘଟଣା ପରେ ଆମ ବସ୍ କୁ ଘେରିଲେ ଅଟୋ ଡ୍ରାଇଭର । ରୁପାଲି ଛକ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ବାରମ୍ବାର ଦୁର୍ଘଟଣା ରୋକିବାକୁ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବସିଥିଲା ଏହି ସମୀକ୍ଷା ବୈଠକ । .ଦୁର୍ଘଟଣା ସ୍ଥିତି ସମୀକ୍ଷା କଲେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ୫ ଜଣିଆ ଉଚ୍ଚ ସ୍ତରୀୟ କମଟି ହେଲା ଗଠନ । ଆରମ୍ଭ ହେଲା ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ ପ୍ରକ୍ରିୟା । ୧୦ ମାସ ଭିତରେ ୭ ଜୀବନ ନେଇଛି ଆମ ବସ୍ । ଆହତ ହୋଇଛନ୍ତି ୯୦ ରୁ ଅଧିକ ଲୋକ । କ୍ରୁଟ ସହ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କଲେ ଆଲୋଚନା ।
ରୁପାଲିରେ ଆମ ବସ୍ ଦୁର୍ଘଟଣା ପରେ ସମୀକ୍ଷା କଲେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କଡ଼ାକଡ଼ି ହେବ ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା । କମିଶନରେଟନ ପୋଲିସର ଯାଞ୍ଚ କରୁଛି ମଦ । ୫ ଜଣିଆ ଉଚ୍ଚସ୍ତରୀୟ କମିଟିରେ ପରିବହନ କମିସନର,ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ରହିବେ । ପ୍ରତି 15 ଦିନରେ ଥରେ ଏହି କମିଟି ବସି ଆମ ବସ ସମ୍ପର୍କରେ ଚଳାଚଳକୁ ସମୀକ୍ଷା କରିବ । ଡ୍ରାଇଭରମାନଙ୍କୁ ନିଯୁକ୍ତି ପରେ ମଧ୍ୟ ଆଚରଣ ଉଚ୍ଚାରଣ ସମ୍ପର୍କରେ ତାଲିମ ଦିଆଯିବ ।
ଏକ ମାସ ପର୍ଯ୍ୟନ୍ତ ପରିଚାଳନା ନେଇ ତୀକ୍ଷ୍ଣ ନଜର ରଖାଯିବ । ଗତକାଲି ଘଟଣା ଅତ୍ୟନ୍ତ ଦୁଖଃଦ ଘଟଣା, ଆଗାମୀ ଦିନରେ ଏହା କିପରି ନ ଘଟିବ ସେଥି ପ୍ରତି ସମସ୍ତ ପ୍ରକାର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପ୍ରମୁଖ ସଚିବ । ପ୍ରତି ମାସରେ ଭଲ ଆଚରଣ ଉଚ୍ଚାରଣ କରୁଥିବା ଚାଳକ, କଣ୍ଡକ୍ଟରମାନଙ୍କୁ ମିଳିବ ପ୍ରୋତ୍ସହାନ ,ପ୍ରତିଦିନ ଚଳା ଚଳ କରୁଥିବା ଆମ ବସର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତ୍ୟକ ଦିନ ଯାଞ୍ଚ କରାଯିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏହି ସମୀକ୍ଷା ବୈଠକ ବସିଥିଲା । ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବୈଠକରେ ଯୋଗ ଦେଇଥିଲେ ।

