ମୁମ୍ବାଇ : ସୁପରଷ୍ଟାର ସଲମାନ ଖାନଙ୍କ ବାପା ଏବଂ ବରିଷ୍ଠ ଚିତ୍ରନାଟ୍ୟ ଲେଖକ ସଲିମ ଖାନ୍ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବ୍ରେନ୍ ହାମରେଜ୍ ହେବାରୁ ତାଙ୍କୁ ୧୭ ଫେବୃଆରୀରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଲିମ୍ ଖାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ହସ୍ପିଟାଲରେ ତାଙ୍କ ପୂରା ପରିବାର ଥିବା ଜଣାପଡିଛି । ତାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ଅନେକ ସେଲିବ୍ରିଟିଙ୍କର ମଧ୍ୟ ଭିଡ଼ ଜମୁଛି । ଶନିବାର ରାତିରେ ଶାହରୁଖ ଖାନ୍ ସଲିମ୍ ଖାନଙ୍କୁ ଦେଖା କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡିଛି ।
ଶାହରୁଖ ଖାନଙ୍କ ହସ୍ପିଟାଲ ଭିଜୁଆଲ କଏଦ ହୋଇନାହିଁ । କିନ୍ତୁ ତାଙ୍କ କାର୍ ଲୀଳାବତୀ ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି । ଏହାର ଗୋଟିଏ ଘଣ୍ଟା ପରେ ଶାହରୁଖ ଖାନଙ୍କ କାର୍ ହସ୍ପିଟାଲରୁ ମଧ୍ୟ ବାହାରିଥିଲା । ସେହି ସମୟରେ ସଲମାନ ଖାନ୍ ତାଙ୍କ ବାପାଙ୍କ ପାଖରେ ଉପସ୍ଥିତ ଥିବା ସୂଚନା ମିଳୁଛି । ସଲମାନ୍ ଖାନ୍ ଏବଂ ଶାହରୁଖ ଖାନ୍ ଖୁବ୍ ଭଲ ବନ୍ଧୁ । ସେମାନଙ୍କର ବନ୍ଧୁତା ଅନେକ ଦିନ ଧରି ରହିଆସିଛି । ସେମାନେ ଏକାଠି କାମ ମଧ୍ୟ କରିଛନ୍ତି । କରଣ ଅର୍ଜୁନ, କୁଛ କୁଛ ହୋତା ହୈ, ପଠାନ ଏବଂ ଟାଇଗର 3 ଫିଲ୍ମରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି । ଶାହରୁଖ ଖାନ ଅନେକ ଥର କହିଛନ୍ତି ଯେ, ସଲିମ ଖାନ ତାଙ୍କ କ୍ୟାରିଅରର ଆରମ୍ଭରେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ତାଙ୍କ କ୍ୟାରିଅରର ସଫଳତା ପାଇଁ ସେ ସଲିମ ଖାନଙ୍କୁ ସମସ୍ତ ଶ୍ରେୟ ମଧ୍ୟ ଦିଅନ୍ତି ।
ବ୍ରେନ୍ ହାମରେଜ୍ ପରେ ସଲିମ ଖାନଙ୍କୁ ଫେବୃଆରୀ ୧୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସଲିମ୍ ଖାନ୍ ସୁସ୍ଥ ହେଉଛନ୍ତି ଏବଂ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ବୋଲି ବୁଧବାର ଦିନ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ।
ସଲିମ ଖାନଙ୍କୁ ତାଙ୍କ ପାରିବାରିକ ଡାକ୍ତର ଲୀଳାବତୀ ହସ୍ପିଟାଲର ଏମରଜେନ୍ସି ଡିପାର୍ଟମେଣ୍ଟକୁ ଆଣିଥିଲେ ବୋଲି ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ସକାଳ ୮ ଟା ୩୦ମିନିଟରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଚେଷ୍ଟ୍ ମେଡିସିନ୍ ଡିପାଟମେଣ୍ଟରେ ପଲମୋନୋଲୋଜିଷ୍ଟ ଡାକ୍ତର ଜଲିଲ ଡି. ପାର୍କରଙ୍କ ଦେଖାଦେଖି କରିବା ପରେ ତାଙ୍କୁ ଆଡମିଟ୍ କରାଯାଇଥିଲା । ତାଙ୍କର ସମ୍ପୂର୍ଣ୍ଣ ପରିବାର ସେଠାରେ ଅଛନ୍ତି । ସଲମାନ ଖାନ ଏବଂ ତାଙ୍କ ଭାଇଭଉଣୀମାନଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଛି । ଅଭିନେତା ରିତେଶ ଦେଶମୁଖ, ଅଭିନେତ୍ରୀ ମଲାଇକା ଆରୋରା ମଧ୍ୟ ତାଙ୍କ ପୁଅ ସହିତ ସଲିମ ଖାନଙ୍କୁ ମଧ୍ୟ ଭେଟିଥିଲେ । ଅଭିନେତ୍ରୀ ମଲାଇକା ଆରୋରା ମଧ୍ୟ ତାଙ୍କ ପୁଅ ସହିତ ସଲିମ ଖାନଙ୍କୁ ଭେଟିଥିଲେ ।

