Friday, May 15, 2026
25.9 C
Odisha

    ସହଜ ଉପାୟରେ ହୋଇପାରିବେ ପତଳା, ଜାଣନ୍ତୁ ଉପଚାର

    ଆଗକୁ ପଢନ୍ତୁ

    ସୁସ୍ଥ ରହିବାକୁ ଚାହୁଁଥିଲେ ପ୍ରଥମେ ନିଜର ଓଜନ ଉପରେ ଧ୍ୟାନ ଦେବା ଜରୁରୀ । ଓଜନ ବଢ଼ିବାରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଫିଟ୍ ରହିବାକୁ ଭଲ ପାଉଥିବାବେଳେ ଆଉ କିଛି ଲୋକ ଫାଷ୍ଟଫୁଡ୍ ଖାଇ ମୋଟା ହେଉଛନ୍ତି । ଏବେ ମୋଟାପଣ ବେସ୍ ବଢ଼ିଚାଲିଛି । ଅଧିକାଂଶ ଲୋକ ମୋଟାପଣକୁ ନେଇ ବହୁତ ଚିନ୍ତାରେ ମଧ୍ୟ ରହୁଛନ୍ତି । ଯଦି ଆପଣ ଅଧିକରୁ ଅଧିକ ମୋଟା ହେବାକୁ ଲାଗନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ ।

    ନିଜର ଓଜନ କମ୍ କରିବା ପାଇଁ ଲୋକେମାନେ ବହୁତ କିଛି କାର୍ଯ୍ୟ କରିଥାନ୍ତି । ଯେମିତିକି କେହି କେହି ଜିମ୍ ଯାଇ ନିଜର ଓଜନ କମକ କରିବା ବଦଳରେ ଆଉ କେହି ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ରେସ୍ କରିଥାନ୍ତି । ଏହା କରିବା ସତ୍ୱେବି ଓଜନ୍ କମ୍ ହୋଇନଥାଏ ।

    ଓଜନ ବଢ଼ିବାରେ ବହୁତ ବାଟ ରହିଛି ହେଲେ ଓଜନ କମ୍ କରିବାକୁ ହେଲେ ଅନେକ କଷ୍ଟ କରିବାକୁ ପଡିଥାଏ । ଏହା ସହ ଓଜନ ବଢ଼ିବାରେ ଅନେକ କାରଣ ମଧ୍ୟ ଅଛି ଯାହା ହେଉଛି- ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଖାଇବା, ଅଧିକ ତେଲ ଜିନିଷ ଖାଦ୍ୟ ଖାଇବା ଏବଂ ମଇଦା ଜାତୀୟ ଜିନିଷ ଖାଇବା ଫଳରେ ଓଜନ ଦିନକୁ ଦିନ ବଢ଼ବାକୁ ଲାଗିଥାଏ । ଲୋକେମାନେ ଏହା ଜାଣିବି ସଚେତନ ହେଉ ନାହାଁନ୍ତି, ଯାହା ଫଳରେ ଅନେକ ସମସ୍ୟାରେ ସମ୍ମୁଖୀନ୍ ହେଉଛନ୍ତି । ଯଦି ଆପଣ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଘରୋଇ ଉପଚାର ମାଧ୍ୟମରେ ଆପଣଙ୍କ ଓଜନ କମ୍ କରିପାରିବେ । ତେବେ ଆସନ୍ତୁ ସେହି ସବୁ ଜିନିଷ ସମ୍ପର୍କରେ ଜାଣିବା ।

    ଅଶ୍ବଗନ୍ଧା : ଅଶ୍ୱଗନ୍ଧା ମେଦବହୁଳତା ହ୍ରାସ କରିବା ପାଇଁ ଖୁବ୍ ପ୍ରଭାବଶାଳୀ । ଏହାକୁ ସେବନ କରିବା ଦ୍ଵାରା ମେଟାବୋଲିଜିମ ବୃଦ୍ଧି ପାଏ । ଅଶ୍ୱଗନ୍ଧାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ମେଟାବୋଲିଜିମକୁ ବଢାଇଥାଏ । ଏହା ଶରୀରକୁ ଧୀରେ ଧୀରେ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ। ଏଥିପାଇଁ ଆପଣ ଅଶ୍ୱଗନ୍ଧା ପାଣି ପିଇପାରିବେ।

    ମେଥି : ମେଥି ଦାନା ସାଧାରଣତଃ ସମସ୍ତଙ୍କ ଘରେ ମିଳିଥାଏ । ମେଥି ଓଜନ ହ୍ରାସ କରିବା ପାଇଁ ପ୍ରଭାବଶାଳୀ । ଏହା ରକ୍ତ ଶର୍କରାକୁ ମଧ୍ୟ କମ କରି ଓଜନକୁ ହ୍ରାସ କରିଥାଏ । ଆପଣ ସକାଳେ ଖାଲି ପେଟରେ ମେଥି ପାଣି ପିଇପାରିବେ ଏବଂ ଭିଜା ମେଥି ଦାନା ଚୋବାଇ ଖାଇପାରିବେ ।

    ଡାଲଚିନି : ଡାଲଚିନି ସ୍ବାଦକୁ କେବଳ ବଢାଇ ନଥାଏ ବରଂ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ । ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ଥାଏ । ଯାହା ଆମକୁ ଅନେକ ଲାଭ ପ୍ରଦାନ କରିଥାଏ । ଡାଲଚିନି ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରେ ବୋଲି ପ୍ରମାଣିତ ହୋଇ ଆସୁଅଛି । ରକ୍ତ ଶର୍କରା ସ୍ତରକୁ ସ୍ଥିର କରିବାରେ ଡାଲଚିନି ବିଶେଷ ପ୍ରଭାବଶାଳୀ । ଏହା ଭୋକ ହ୍ରାସ କରି ଓଜନକୁ ନିୟନ୍ତ୍ରଣ କରେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାଲଚିନି ଚା’ କିମ୍ବା ଡାଲଚିନି ପାଣି ପିଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    80 %
    1.7kmh
    99 %
    Fri
    42 °
    Sat
    42 °
    Sun
    43 °
    Mon
    46 °
    Tue
    45 °

    ସମ୍ବନ୍ଧିତ