Thursday, October 15, 2026
22.4 C
Odisha

    ସହରାଞ୍ଚଳରେ ଆଉ ହେବନି କୃତ୍ରିମ ବନ୍ୟା, ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସହରାଞ୍ଚଳରେ ଆଉ ହେବନି କୃତ୍ରିମ ବନ୍ୟା। ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ରାଜ୍ୟ ସରକାର। ଏଥିପାଇଁ ୧୦ଟି ସହରକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଅର୍ଥ ମଞ୍ଜୁର କରିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷା ଯୋଗୁ ଆଉ କେଉଁଠି କୃତ୍ରିମ ବନ୍ୟା ହେବ ନାହିଁ। ଏହି କ୍ରମରେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି।

    ଭୁବନେଶ୍ୱର ପାଇଁ ଆଇଆଇଟି ରୁର୍କୀ ପ୍ଲାନ କରିଛି। ନଗର ଉନ୍ନୟନ ବିଭାଗକୁ ପରାମର୍ଶ ଦିଆଯାଇଛି। ସେମାନେ ଅଧିକ କୃତ୍ରିମ ବନ୍ୟା ହେଉଥିବା ୧୦ ସହରର ନାଁ ଦେବେ। ସେହିଭଳି ସୁନାମୀର ଆଶଙ୍କା ଥିବା ୩୮୧ଟି ଗାଁକୁ ଚିହ୍ନଟ କରାଯାଇଛି। ଯାହା କି ସମୁଦ୍ରର ୧୦ କିମି ଭିତରେ ରହିଛି। ସେଠାରେ ଟ୍ରେନିଂ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ବର୍ଷା ସମୟରେ ପାହାଡ଼ ଖସୁଛି। ପାହାଡ଼ ଖସିବାକୁ ରୋକିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ