Friday, April 3, 2026
39.1 C
Odisha

    ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌

    ଆଗକୁ ପଢନ୍ତୁ

    ନୂଆପଡ଼ା:ନୂଆପଡ଼ା ଜିଲ୍ଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ଗତକାଲି ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌ ଜଳିଯାଇଛି। ସେଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବାରଣ୍ଡାପାଟ ଗାଁର ବାଇକ୍‌ ଆରୋହୀ ମନସୂଦନ ମାଝୀ (୪୦), ତପନ ରାଉତ (୪୫) ଓ ସାଇକେଲ ଆରୋହୀ ଯୁଜିଷ୍ଠିର ରାଉତ (୩୫)।

    ସୂଚନା ଅନୁଯାୟୀ, ଅପରାହ୍ନ ଗୋଟାଏ ସମୟରେ ଦୁଇ ବାଇକ୍‌ ଆରୋହୀ ଉଦ୍ୟାନବନ୍ଧ ପଟୁ ଜଡାମୁଣ୍ଡା ପଟେ ଯାଉଥିଲେ। ସେହି ସମୟରେ ସାଇକେଲକୁ ଧକ୍କା ଦେଇ ବାଇକ୍‌ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବାଇକ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କୋମନା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଯୁଜିଷ୍ଠିର ଓ ତପନ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଥିବା ବେଳେ ମନସୂଦନ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କୋମନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ