Wednesday, April 8, 2026
23.9 C
Odisha

    ସାଉଦି ଆରବରେ କଫାଲା ବ୍ୟବସ୍ଥା ଶେଷ

    ଆଗକୁ ପଢନ୍ତୁ

    ରିୟାଦ୍ : ସାଉଦି ଆରବ (SAUDI ARABIA) ସରକାର ନିଜ ଦେଶରେ ପ୍ରଚଳିତ କଫାଲା (Kafala) ବ୍ୟବସ୍ଥାକୁ ଲୋପ କରିଛନ୍ତି । ଏହା ଉକ୍ତ ଦେଶକୁ ଯାଇ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି । କାରଣ ଏହି ବ୍ୟବସ୍ଥାକୁ ଏକ ପ୍ରକାରର ଗୋତି ଶ୍ରମିକ ବ୍ୟବସ୍ଥା ବୋଲି କୁହାଯାଉଥିଲା । ଏହି କୁଖ୍ୟାତ ନିୟମକୁ ଲୋପ କରି ସାଉଦି ସରକାର ନିଜର ଦେଶକୁ ଅଧିକ କୁଶଳୀ ଶ୍ରମିକଙ୍କୁ ଆକୃଷ୍ଟ କରିବାର ପଥ ପରିଷ୍କାର କରିଛନ୍ତି । ଏହା ସହିତ ନିଜ ଦେଶର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି ।

    କଫାଲା ବ୍ୟବସ୍ଥା କଣ ?

    ସାଉଦି ଆରବ ଓ ଅନ୍ୟାନ୍ୟ ଉପସାଗରୀୟ ଦେଶରେ ଦୀର୍ଘଦିନ ଧରି ଚାଲିଆସୁଥିବା କଫାଲା ବ୍ୟବସ୍ଥା ଅଧିକାଂଶ ଶ୍ରମିକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଏକ ନିୟମିତ ପ୍ରଣାଳୀ ଅଟେ। “କଫାଲା” ଅରବୀ ଶବ୍ଦ, ଯାହାର ଅର୍ଥ ‘ପ୍ରାୟୋଜକ’ କିମ୍ବା ‘ଜିମ୍ମାଦାରୀ’। ଏହି ବ୍ୟବସ୍ଥା ଅନୁସାରେ, ଯେକୌଣସି ବିଦେଶୀ ଶ୍ରମିକ ଜଣେ ସ୍ଥାନୀୟ ନାଗରିକ (କଫିଲ୍)ଙ୍କ ତତ୍ତ୍ବାବଧାନରେ କାମ କରନ୍ତି। ସେହି କଫିଲ୍ ବ୍ୟକ୍ତି ଶ୍ରମିକଙ୍କ ଭିସା, ରହିବା ଅନୁମତି, ଓ କାମ ପରିବର୍ତ୍ତନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖେ। ଏହି ବ୍ୟବସ୍ଥାକୁ ସଫାଲା ବୋଲି କୁହାଯାଏ । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ଥିଲା ଶ୍ରମିକଙ୍କ ସୁରକ୍ଷା ଓ ନିୟମିତ ନିରୀକ୍ଷଣ, କିନ୍ତୁ ବାସ୍ତବରେ ଏହା ଅନେକ ସମସ୍ୟାର କାରଣ ହୋଇଥିଲା। ବିଦେଶୀ ଶ୍ରମିକମାନେ ନିଜ କାମ ବଦଳାଇପାରୁ ନଥିଲେ, ଦେଶ ଛାଡ଼ିବା ପାଇଁ କଫିଲଙ୍କ ଅନୁମତି ଲାଗୁଥିଲା, ଏବଂ କେତେକ କ୍ଷେତ୍ରରେ ତାଙ୍କର ପାସପୋର୍ଟ ମଧ୍ୟ ଜବତ ରଖାଯାଉଥିଲା। ଏହା ଶ୍ରମିକମାନଙ୍କୁ ଶୋଷଣ ଓ ଅତ୍ୟାଚାରର ପରିସ୍ଥିତିରେ ପକାଇ ଦେଇଥିଲା।

    ୨୦୨୧ରେ ସଂଶୋଧନ ହୋଇଥିଲା ଆଇନ
    ଆନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକ ଏହି ବ୍ୟବସ୍ଥା ଉପରେ ଆପତ୍ତି ଜଣାଇ ଆସୁଥିଲେ। ତାହା ପରେ ସାଉଦି ସରକାର ୨୦୨୧ ମସିହାରେ କଫାଲା ବ୍ୟବସ୍ଥାର କିଛି ସଂଶୋଧନ ଘୋଷଣା କଲେ। ନୂଆ ନିୟମ ଅନୁସାରେ, ବିଦେଶୀ ଶ୍ରମିକମାନେ ନିଜ କାମ ବଦଳାଇପାରନ୍ତି, ଏବଂ ନିଜ ଚାକିରି ସମାପ୍ତି ପରେ ଅନ୍ୟ କାମ ନେଇପାରନ୍ତି, ସେଥିପାଇଁ କଫିଲଙ୍କ ସମ୍ମତି ଆବଶ୍ୟକ ନୁହେଁ। ଏହା ସତ୍ତ୍ବେ ଶ୍ରମିକଙ୍କ ଶୋଷଣ ଜାରି ରହିଥିଲା । ମାଲାୟଲମ ଚଳଚ୍ଚିତ୍ର ଦି ଗୋଟ୍ ଲାଇଫ ଏହି ପ୍ରଥାର ଅତ୍ୟାଚାରକୁ ଦର୍ଶାଏ । ଚାରିଆଡ଼ୁ ସମାଲୋଚନାର ସରବ୍ୟ ହେବା ପରେ ସାଉଦି ସରକାର ଶେଷରେ ଏହି ପ୍ରଥାର ବିଲୋପ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ