Tuesday, July 22, 2025
29.4 C
Odisha

    ସାଗୁ ଖାଇବା ଦ୍ବାରା ମିଳିଥାଏ ଜବରଦସ୍ତ ଫାଇଦା, ଜାଣନ୍ତୁ କେଉଁ ସମୟରେ ଖାଇଲେ ମିଳିବ ଦ୍ବିଗୁଣିତ ଲାଭ

    ଆଗକୁ ପଢନ୍ତୁ

    ଆପଣମାନେ ଜାଣିଥିବେ ଅଧିକାଂଶ ଘରେ ସାଗୁ ବ୍ୟବହାର କରାଯାଇଥାଏ । ସାଗୁକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।ପ୍ରାୟତଃ ଅନେକ ଲୋକ ଉପବାସ ସମୟରେ ସାଗୁ ଖାଇଥାନ୍ତି । ସାଗୁ ଖାଇବା କେବଳ ଉପବାସ ସମୟରେ ନୁହେଁ ବରଂ ଗ୍ରୀଷ୍ମ ଋତୁ ପାଇଁ ମଧ୍ୟ ସର୍ବୋତ୍ତମ ଖାଦ୍ୟ ହୋଇଥାଏ । ଯାହା ଅନେକ ରୋଗର ଆଶଙ୍କା କମାଇଥାଏ । ତେଣୁ ପ୍ରତିଦିନ ଖାଇବା ଲିଷ୍ଟରେ ସାଗୁକୁ ଆଡ୍ କରିପାରିବେ ।

    ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । ଏହା ବ୍ୟତୀତ ଫାଇବର, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଯେଉଁଥିରେ କାର୍ବସ ମଧ୍ୟ ଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । କେବଳ ସ୍ବାସ୍ଥ୍ୟଗତ ଭାବେ ନୁହେଁ ଚମକଦାର ତ୍ବଚା ଏବଂ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ସାଗୁ । ତେବେ ସାଗୁ ଖାଇବା ଦ୍ୱାରା ଆମର କଣ କଣ ଉପକାର ହୋଇଥାଏ ଆସନ୍ତୁ ଜାଣିବା ।

    ସାଗୁରେ ଭିଟାମିନ୍ K ଏବଂ କ୍ୟାଲସିୟମ ଗୁଣ ଥିବାରୁ ହାଡ଼ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଯାହା ଖାଇବା ଦ୍ବାରା ହାଡ଼ ବିକାଶ କରିବାରେ ସହାୟକ କରିଥାଏ ।

    ଯଦି ଆପଣ ଓଜନ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ସାଗୁକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । କାରଣ ସାଗୁରେ କାର୍ବସ ଭରପୂର ମାତ୍ରାରେ ଥାଏ ଯାହା ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟ ଟିସୁ ଗଠନ କରିବାରେ ସାହାଯ୍ୟ କରିଥାଏ । ଯାହା ଫଳରେ ଖୁବ୍ ସହଜରେ ଓଜନ ବୃଦ୍ଧି କରିପାରିବେ ।

    ହଜମ ପକ୍ରିୟାକୁ ଠିକ ରଖିବା ପାଇଁ ସାଗୁ ଖାଇବା ଅତ୍ୟନ୍ତ ଆବଶ୍ୟକ । କାରଣ ଏଥିରେ ଥିବା ଷ୍ଟାର୍ଚ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବାରେ ସହାୟକ କରିଥାଏ । ହାର୍ଟ ପାଇଁ ମଧ୍ୟ ସାଗୁକୁ ଭଲ ବୋଲି କୁହାଯାଇଥାଏ ।

    ଉଚ୍ଚ ରକ୍ତଚାପରେ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଏବଂ ଘରୋଇ ଉପଚାର ନିଅନ୍ତି । ଆପଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାଗୁଦାନା ଏଥିପାଇଁ ଖାଇ ପାରିବେ।ଏଥିରେ ପୋଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁଥିପାଇଁ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କରାଯାଇଥାଏ । ଏହା ମଧ୍ୟ ରକ୍ତ ପ୍ରବାହରେ ଗତି ଯୋଗାଏ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ସାଗୁ ଖାଇବା ଦ୍ୱାରା ଚାପ କମିଯାଏ, ଯାହା ଷ୍ଟ୍ରୋକ୍ ଏବଂ ହାର୍ଟ ଆଟାକ୍ ଭଳି ଆଶଙ୍କାକୁ ହ୍ରାସ କରିଥାଏ ।

    ସାଗୁରେ ଭିଟାମିନ୍ ଇ ଏବଂ ସେଲେନିୟମ୍ ଭଳି ପୋଷକ ତତ୍ତ୍ବ ରହିଛି । ଯାହା କେଶ ଏବଂ ଚର୍ମ ପାଇଁ ଉପଯୋଗୀ ହୋଇଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ବାରା ଉଜ୍ବଳ ତ୍ବଚା ଏବଂ କେଶ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

    ପ୍ରତ୍ୟେକଟି ଜିନିଷ ଖାଇବାର ଗୋଟିଏ ଉପାୟ ଏବଂ ସଠିକ୍ ପରିମାଣ ରହିଥାଏ । ସେହିପରି ଭାବେ ସାଗୁ ଖାଇବାର ମଧ୍ୟ ଗୋଟିଏ ଉପଯୁକ୍ତ ସମୟ ରହିଛି । ଯାହା ଦ୍ବାରା ଫଳପ୍ରଦ ହୋଇଥାଏ ।

    ସକାଳ ଜଳଖିଆ ଭାବରେ ସାଗୁ ଖାଇବା ବହୁତ ଲାଭଦାୟକ ପ୍ରମାଣିତ ହୁଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ସାରା ଦିନ ପାଇଁ ଶକ୍ତି ମିଳିଥାଏ । ଏହା ସହିତ, ଏହାର ଲାଭ ମଧ୍ୟ ଶୀଘ୍ର ଦେଖାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    75 %
    0.7kmh
    98 %
    Tue
    29 °
    Wed
    33 °
    Thu
    29 °
    Fri
    24 °
    Sat
    24 °

    ସମ୍ବନ୍ଧିତ