Wednesday, October 14, 2026
28.3 C
Odisha

    ସାତକୋଶିଆରେ ହରିଣ ଶିକାର, ୨ ୱାଚରଙ୍କ ସମେତ ୪ ଗିରଫ

    ଆଗକୁ ପଢନ୍ତୁ

    ଅନୁଗୁଳ  : ୱାଚର ବନିଲେ ଶିକାରୀ । ସାତକୋଶିଆ ଅଭୟାରଣ୍ୟରେ ହରିଣ ମାରି ମାଂସ ଖାଉଥିବା ବେଳେ କସା ମାଂସ ଓ ମୃତ ହରିଣ ମୁଣ୍ଡ ସହ ଧରାପଡିଲେ ଦୁଇ ୱାଚର ଓ ଦୁଇ ଶିକାରୀ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ବନବିଭାଗ। ୪ ଶିକାରୀ ହେଲେ ଟିକରପଡ଼ା ରେଞ୍ଜର ୱାଚର କୁଳମଣି ନାୟକ, ପ୍ରତାପ ଦେହୁରୀ ଓ ଦୁଇ ଗ୍ରାମବାସୀ ଶିବପ୍ରସାଦ ନାୟକ ଓ ଯୋଗେନ୍ଦ୍ର ପାଇକରା ।

    ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ମଝିପଡ଼ା ସେକ୍ସନରେ ହରିଣ ଶିକାର କରି ମାଂସ ରୋଷେଇ କରି ଖାଉଥିବା ନେଇ ଖବର ପାଇଥିଲେ ଟିକରପଡା ରେଞ୍ଜ ଅଫିସର ସୁମନ୍ତ ମହାକୁଡ଼ । ତୁରନ୍ତ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଦୁଇ ୱାଚର ସମେତ ୪ ଜଣଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ସିଂଘ ଲାଗିଥିବା ସତେଜ ମୁଣ୍ଡକୁ ଜବତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ