Monday, March 30, 2026
27.4 C
Odisha

    ସାଧାରଣ ନିର୍ବାଚନରେ ସ୍ଵଚ୍ଛତାକୁ ନେଇ ବିଜେଡ଼ି ଆଣିଲା ବଡ଼ ଅଭିଯୋଗ

    ଆଗକୁ ପଢନ୍ତୁ

    ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ, ଇସିଆଇର ସ୍ଵଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ। କହିଲେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ଭିତରେ ୫ କୋଟିର ବ୍ୟବଧାନ ଅଛି। ୫୪୧ ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ ଦେଖା ଦେଇଛି  । ୭୯ ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା  । ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା  ।

    ଇଭିଏମ୍ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ବିଜେଡି ନେତ୍ରୀ ଲେଖା ଶ୍ରୀ ସାମନ୍ତ ସିଂହାର। ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର । ଇଭିଏମ୍ ଜାଲିଆତି ନେଇ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ କଲେ ଲେଖାଶ୍ରୀ  । ଓଡ଼ିଶା ଓ ଆନ୍ଧ୍ର ମଧ୍ୟ ଏହି ଷଡଯନ୍ତ୍ର ହୋଇଛି । ଗଣତନ୍ତ୍ରର ବେକ ମୋଡି ଦେଇଛି ବିଜେପି  । ଲୋକଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି  । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ବୋଲି ଲେଖାଶ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ