Monday, March 23, 2026
24.7 C
Odisha

    ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

    ଆଗକୁ ପଢନ୍ତୁ

    ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଂଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ସେ ନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ ।
    ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇ ପରେ ଏହି ରାକ୍ଷାସ କବଳରୁ ମୁକୁଳି ପାରିଥିଲେ ତାହା ବର୍ଣ୍ଣନା କରିଥିଲେ ।
    ଏହି ପିଲାମାନେ ରେଡ଼ିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ । ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ । ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ ଏଭଳି ରେଡ଼ିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ । ଏହି ମାଧ୍ୟମ ଦ୍ୱାରା ଆମେ ଏଭଳି ପିଲାମାନଙ୍କୁ ଉତମ ମଣିଷ ହେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପିଲାମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ