Wednesday, June 11, 2025
31.8 C
Odisha

    ସାବଧାନ! ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ । ୨୦୨୨ ମସିହାରେ କେବଳ ଏହି ପ୍ରକାର କରୋନା ଯୋଗୁଁ ମାମଲା ବୃଦ୍ଧି ପାଇଥିଲା । କରୋନାର ଏହି ଭାରିଆଣ୍ଟରେ ମ୍ୟୁଟେସନ ଅଧିକ ଥିବାରୁ ଏହା ଅଧିକ ବିପଦପୂର୍ଣ୍ଣ ହୋଇଛି । ବିଶେଷଜ୍ଞଙ୍କ ମତରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ ଏହାର ଲକ୍ଷଣ ଅନ୍ୟମାନଙ୍କଠାରୁ ଭିନ୍ନ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନାକରୁ ପାଣି ବୋହିବା, ସୁଖିଲା କାଶ ହେବା, ଜ୍ୱର, ଗଳାରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା । ଭାରତରେ ଏହି ଭାଇରସକୁ ନେଇ ବହୁତ ବିପଦ ଚିନ୍ତା କରାଯାଇ ନାହିଁ । ଭାରତରେ ଲୋକମାନେ ପୂର୍ବରୁ ଓମିକ୍ରନ୍‍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏହାର ଉପ-ଭାରିଆଣ୍ଟ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି । ଏଥିପାଇଁ ନୂତନ ଭାଇରସରୁ ବିପଦ ଟିକେ କମ ରହିଛି, ତଥାପି ବୁଷ୍ଟର ଡୋଜ୍‍ ନେବାକୁ ଅପିଲ୍‍ କରାଯାଇଛି । କେନ୍ଦ୍ର ସରକାର କରୋନା ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ଏହା ଉପରେ ନଜର ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.8 ° C
    31.8 °
    31.8 °
    51 %
    3.4kmh
    95 %
    Wed
    31 °
    Thu
    35 °
    Fri
    38 °
    Sat
    38 °
    Sun
    39 °

    ସମ୍ବନ୍ଧିତ