Sunday, October 18, 2026
21.4 C
Odisha

    ସିଂହ ଗଣନା ଘୋଷଣା କଲେ ପ୍ରଧାନମନ୍ତ୍ରୀ: ଗିର୍‌ ସିଂହ ସଫାରି ବୁଲିଲେ

    ଆଗକୁ ପଢନ୍ତୁ

    ଗିର: ଚଳିତ ବର୍ଷ ମେ ମାସରେ ଭାରତରେ ଏସୀୟ ସିଂହ ସଂଖ୍ୟା ଗଣନା ହେବ। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାସନରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ସପ୍ତମ ବୈଠକରେ ଅଧ୍ୟକ୍ଷତା କରି ଏହି ଘୋଷଣା କରିଛନ୍ତି। ସକାଳେ ଗିର ଜାତୀୟ ଉଦ୍ୟାନରେ ସିଂହ ସଫାରି ବୁଲିବା ପରେ ମୋଦୀ ଗୁଜରାଟର ଜୁନାଗଡ଼ ଜିଲ୍ଲାର ସାସନଠାରେ ଏନ୍‌ବିଡବ୍ଲ୍ୟୁଏଲ୍ ବୈଠକକୁ ଯାଇଥିଲେ। ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।ଏହି ଅବସରରେ ମୋଦୀ ଜୁନାଗଡ଼ଠାରେ ନ୍ୟାସନାଲ ରେଫରାଲ ସେଣ୍ଟର-ୱାଇଲ୍ଡ ଲାଇଫ୍‌ର ଶିଳାନ୍ୟାସ କରିବା ସହ ଚଳିତ ବର୍ଷ ମେ ମାସରେ ହେବାକୁ ଥିବା ୧୬ଶ ଏସୀୟ ସିଂହ ସଂଖ୍ୟା ଗଣନା ଘୋଷଣା କରିଥିଲେ। ତାମିଲନାଡୁର କୋଏମ୍ବାଟୁରଠାରେ ମାନବ-ବନ୍ୟଜନ୍ତୁ ସଂଘର୍ଷ ପରିଚାଳନା କେନ୍ଦ୍ର, ଏସ୍ଏ‌ସିଓଏନ୍ ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହ ନଦୀ ଡଲଫିନ୍ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସରକାରଙ୍କୁ ପରାମର୍ଶ ଦେଉଥିବା ଏକ ବୈଧାନିକ ସଂସ୍ଥା ଏନ୍‌ବିଡବ୍ଲ୍ୟୁଏଲ୍‌ରେ ସେନା ମୁଖ୍ୟ, ବିଭିନ୍ନ ରାଜ୍ୟର ସଦସ୍ୟ, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଏବଂ ବିଭିନ୍ନ ରାଜ୍ୟର ସଚିବଙ୍କୁ ମିଶାଇ ୪୭ ଜଣ ସଦସ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ଏନ୍‌ବିଡବ୍ଲ୍ୟୁଏଲ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ