Friday, November 21, 2025
17.2 C
Odisha

    ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ କେଭିଙ୍କ ଚେତାବନୀ, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ ଦଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।

    ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ବେଳେ ମଣ୍ଡିରେ ଦଲାଲଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେଭି । ଅନେକ ସ୍ଥାନରେ ଛତିଶଗଡର ଚାଷୀଙ୍କ ଧାନକୁ ଆଣି ଓଡ଼ିଶା ମଣ୍ଡିରେ ବିକ୍ରି କରାଯାଉଥିବା ଦେଖାଯାଉଛି । ଏଥିରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ରହୁଛି ।

    ଏମାନଙ୍କ ବିରୋଧରେ ଜିରୋ ଟଲେରାନସ ନୀତି ଆପଣାଯିବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମଣ୍ଡି ଓଡ଼ିଶାର ଚାଷୀଙ୍କ ଧାନ ବିକ୍ରି ପାଇଁ। ଏଠାରେ ଛତିଶଗଡ଼ର ଚାଷୀଙ୍କ ଧାନକୁ ବିକ୍ରି କରାଇଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଭି ସିଂଦେଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.2 ° C
    17.2 °
    17.2 °
    94 %
    0.8kmh
    1 %
    Fri
    28 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ