Friday, April 3, 2026
36.1 C
Odisha

    ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗଦେବାକୁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗଦେବାକୁ ଦେଲେ ଆଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସନ୍ତୁ। ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଇଚ୍ଛୁକ ସ୍ବେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲାପାଳଙ୍କୁ ଆବେଦନ କରିପାରିବେ। ଜିଲାପାଳ ହେଉଛନ୍ତି ଜିଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆାଶା ଓ ବିଶ୍ବାସ ବ୍ୟକ୍ତିବିଶେଷ ବିଶେଷ କରି ଯୁବବର୍ଗ ଆଗେଇ ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ